ଆମେରିକାର ମିଡଟର୍ମ ନିର୍ବାଚନରେ ଡୋନାଲଡ ଟ୍ରମ୍ପଙ୍କୁ ଜୋରଦାର ଝଟକା

ନୂଆଦିଲ୍ଲୀ : ଆମେରିକାର ମିଡଟର୍ମ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଜୋରଦାର ଝଟକା । ଆମେରିକା କଂଗ୍ରେସର ନିମ୍ନ ସଦନ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭକୁ କବଜା ରଖିଛି ଡେମୋକ୍ରାଟିକ ପାର୍ଟି । ଆଠବର୍ଷ ପରେ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭରେ ଦଳ ବହୁମତ ହାସଲ କରିଛି । ଏହାଦ୍ୱାରା ଡେମୋକ୍ରାଟିକ ପାର୍ଟି ଟ୍ରମ୍ପ ପ୍ରଶାସନର ନୀତି ଓ ନିଷ୍ପତ୍ତିକୁ ଯାଞ୍ଚ କରିପାରିବ । ତେବେ ସିନେଟରେ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ବହୁମତ ହାସଲରେ ସଫଳ ହୋଇଛି ।

ଏହି ମିଡ ଟର୍ମ ନିର୍ବାଚନ ପାଇଁ ଗତକାଲି ଭୋଟ ନିଆଯାଇଥିଲା । ଟ୍ରମ୍ପଙ୍କ ଦୁଇ ବର୍ଷ ଶାସନରେ ମିଡଟର୍ମ ନିର୍ବାଚନ ଫଳାଫଳକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଆମେରିକାରେ ଦୁଇ ବର୍ଷ ବ୍ୟବଧାନରେ ମିଡଟର୍ମ ନିର୍ବାଚନ ହୋଇଥାଏ । ଏଥିରେ ୟୁଏସ କଂଗ୍ରେସ, ଗଭର୍ଣ୍ଣର ଓ ସ୍ଥାନୀୟ ନିର୍ବାଚନ ପାଇଁ ଭୋଟ ନିଆଯାଏ । ଚଳିତ ଥର ୪୩୫ ଆସନ ବିଶିଷ୍ଟ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ, ସିନେଟର ୧୦୦ଟି ଆସନ ମଧ୍ୟରୁ ୩୫ଟି ଆସନରେ ଭୋଟ୍‌ ନିଆଯାଇଥିଲା । ସିନେଟ ସଦସ୍ୟମାନେ ଛଅ ବର୍ଷ ପାଇଁ ନିର୍ବାଚିତ ହେବେ ।

Leave A Reply

Your email address will not be published.