ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେଲେ ମିଲିନ୍ଦ ଦେଓଡା, କିଛି ଘଣ୍ଟା ପୂର୍ବରୁ ଦେଇଥିଲେ କଂଗ୍ରେସରୁ ଇସ୍ତଫା

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓଡା ରବିବାର ଶିବସେନାରେ ସାମିଲ ହୋଇଛନ୍ତି । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓଡା ରବିବାର ଶିବସେନାରେ ସାମିଲ ହୋଇଛନ୍ତି । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ପାର୍ଟିରେ ଯୋଗଦେବା ସମୟରେ ସିନ୍ଦେ ତାଙ୍କୁ ଗେରୁଆ ପତାକା ପ୍ରଦାନ ଦେଇଥିଲେ ।

ମିଲିନ୍ଦ ଦେଓଡା ଏହାପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଦେଓଡା ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରିଛି ଯେ ଦେଓଡା ଦଳ ଛାଡ଼ିବା ନେଇ ଘୋଷଣା କରିବାର ସମୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିଲା ।

ସୂଚନାଯୋଗ୍ୟ, ମିଲିନ୍ଦ ଦେଓଡା ଆଜି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ ଜରିଆରେ କଂଗ୍ରେସ ଦଳ ଛାଡ଼ିବା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ‘ମୋ ରାଜନୈତିକ ଯାତ୍ରାର ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ସମାପନ ହେଲା । ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି’ । ସେ ଲେଖିଛନ୍ତି, ‘ଦଳ ସହିତ ମୋ ପରିବାରର ୫୫ ବର୍ଷ ପୁରୁଣା ସମ୍ପର୍କ ଶେଷ ହୋଇଛି । ବର୍ଷ ବର୍ଷ ଧରି ଅତୁଟ ସମର୍ଥନ ପାଇଁ ମୁଁ ସମସ୍ତ ନେତା, ସହଯୋଗୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ପ୍ରତି କୃତଜ୍ଞ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.