ଏଥର କର୍ତ୍ତବ୍ୟ ପଥରେ ଦେଖିବାକୁ ପାଇବେ ଭାରତୀୟ ସେନାର ସ୍ୱଦେଶୀ ବଳ, ଜାଣନ୍ତୁ ସମସ୍ତ ଅସ୍ତ୍ରର ନାମ

ଏଥର ଭାରତୀୟ ସେନା ଗଣତନ୍ତ୍ର ଦିବସ ସମାରୋହ ଅର୍ଥାତ୍ ପରେଡ କାର୍ଯ୍ୟକ୍ରମରେ ସ୍ୱଦେଶୀ ଅସ୍ତ୍ରକୁ ପ୍ରଦର୍ଶନ କରିବ। ଏଥିରେ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡ, ପିନାକ ମଲ୍ଟିବ୍ୟାରଲ୍ ରକେଟ୍ ସିଷ୍ଟମ୍, ନାଗ ଆଣ୍ଟି ଟ୍ୟାଙ୍କ ମିସାଇଲ୍‌, ଟି -90 ଭୀଷ୍ମ ଟ୍ୟାଙ୍କ ଭଳି ଅସ୍ତ୍ର ସାମିଲ ରହିଛି ।

୨୬ ଜାନୁଆରୀରେ କର୍ତ୍ତବ୍ୟ ପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ ସୋ’ରେ ଭାରତୀୟ ସେନା କିଛି ଭିନ୍ନ କରିବାକୁ ଯୋଜନା କରିଛି । ଏଥର ମେଡ୍‌ ଇନ୍‌ ଇଣ୍ଡିଆ ଯୁଦ୍ଧାସ୍ତ୍ରକୁ ପରେଡ ସୋ’ ରେ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥର ଭାରତୀୟ ସେନା ଗଣତନ୍ତ୍ର ଦିବସ ସମାରୋହ ଅର୍ଥାତ୍ ପରେଡ କାର୍ଯ୍ୟକ୍ରମରେ ସ୍ୱଦେଶୀ ଅସ୍ତ୍ରକୁ ପ୍ରଦର୍ଶନ କରିବ। ଏଥିରେ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡ, ପିନାକ ମଲ୍ଟିବ୍ୟାରଲ୍ ରକେଟ୍ ସିଷ୍ଟମ୍, ନାଗ ଆଣ୍ଟି ଟ୍ୟାଙ୍କ ମିସାଇଲ୍‌, ଟି -90 ଭୀଷ୍ମ ଟ୍ୟାଙ୍କ ଭଳି ଅସ୍ତ୍ର ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଯୁଦ୍ଧାସ୍ତ୍ରରେ କଣ ସବୁ ସୁବିଧା ରହିଛି ।

LCH Prachand :
ଭାରତରେ ନିର୍ମିତ ହୋଇଥିବା LCH ହେଉଛି ବିଶ୍ୱର ଏକମାତ୍ର ହେଲିକାପ୍ଟର ଯାହା ଅତ୍ୟଧିକ ଉଚ୍ଚ ଅଞ୍ଚଳରୁ ଲ୍ୟାଣ୍ଡିଂ ଏବଂ ଟେକ୍‌ ଅଫ୍‌ କରିପାରେ । ୧୫.୫ ଫୁଟ୍‌ ଉଚ୍ଚ ଲାଇଟ୍ କମ୍ବାଟ୍ ହେଲିକପ୍ଟର ବା LCHର ଲମ୍ବ ହେଉଛି ୫୧.୧୦ ଫୁଟ । ଦୁଇ ଜଣ ପାଇଲଟ୍ ଏହାକୁ ମିଳିତ ଭାବେ ଉଡାନ୍ତି । LCH ୧୬,୪୦୦ ଫୁଟ ଉଚ୍ଚତାକୁ ଯାଇପାରେ । ବର୍ତ୍ତମାନ ଦୁନିଆରେ ଏପରି ହେଲିକାପ୍ଟର ନାହିଁ, ଯାହା ଏତେ ଉଚ୍ଚ ପର୍ଯ୍ୟନ୍ତ ଉଡିପାରିବ ।

Pinaka Rocket System
ପିନାକ ରକେଟର ଗତି ହିଁ ଏହାକୁ ଅଧିକ ବିପଜ୍ଜନକ କରିଥାଏ । ଏହାର ବେଗ ଘଣ୍ଟା ପ୍ରତି ୫୭୫୭.୭୦ କିଲୋମିଟର । ଅର୍ଥାତ ଏହା ଗୋଟିଏ ସେକେଣ୍ଡରେ ୧.୬୧ କିଲୋମିଟର ବେଗରେ ଆକ୍ରମଣ କରେ । ଭଗବାନ ଶିବଙ୍କ ଧନୁ ‘ପିନାକ’ ନାମରେ ଏହାର ନାମ ଦିଆଯାଇଛି ।
Nag Missile Launcher
ଭାରତରେ ପ୍ରସ୍ତୁତ ହୋଇଥିବା ଧ୍ରୁବାସ୍ତ୍ର ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲକୁ HELINA ମଧ୍ୟ କୁହାଯାଏ । ଏହାପୂର୍ବରୁ ଏହି ଯୁଦ୍ଧାସ୍ତ୍ରର ନାମ ନାଗ ମିସାଇଲ୍ ଥିଲା । ଧ୍ରୁବାସ୍ତ୍ର ମିସାଇଲ୍‌ ପ୍ରତି ସେକେଣ୍ଡରେ ୨୩୦ ମିଟର ସ୍ପିଡରେ ଗତି କରେ । ଅର୍ଥାତ ଘଣ୍ଟା ପ୍ରତି ଏହା ୮୨୮ କିଲୋମିଟର ଗତି କରେ । ଧ୍ରୁବାସ୍ତ୍ର ମିସାଇଲର ଓଜନ ପ୍ରାୟ ୪୫ କିଲୋଗ୍ରାମ ।
MRSAM ଲଞ୍ଚର୍ :

ଏହି ମିସାଇଲକୁ DRDO ଇସ୍ରାଏଲର IAI କମ୍ପାନୀ ସହ ମିଶି ପ୍ରସ୍ତୁତ କରିଛି । ଏହି ମିସାଇଲରେ କମାଣ୍ଡ ପୋଷ୍ଟ, ମଲ୍ଟି ଫଙ୍କସନ୍ ରାଡାର, ମୋବାଇଲ୍ ଲଞ୍ଚର୍ ସିଷ୍ଟମ୍ ଭଳି ସୁବିଧା ଅଛି । ଏହା ସ୍ଥଳ ଭାଗରୁ ଆକାଶ ମାର୍ଗରେ ଆକ୍ରମଣ କରି ପାରିବ । ଏହି ମିସାଇଲର ଓଜନ ପ୍ରାୟ ୨୭୪ କିଲୋଗ୍ରାମ ରହିଛି । ଏହି ମିସାଇଲରେ ୬୦ କିଲୋଗ୍ରାମର ଅସ୍ତ୍ର ଲୋଡ୍ ହୋଇପାରିବ ।

ଟି -90 ଟ୍ୟାଙ୍କ :

ଟି -90 ଟ୍ୟାଙ୍କ ହେଉଛି ଋଷର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ, ଯାହାକୁ ଭାରତ ଭୀଷ୍ମ ନାମରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ୨୦୭୮ଟି ଟ୍ୟାଙ୍କ ସେବାରେ ଅଛି ଏବଂ ୪୬୪ ଟ୍ୟାଙ୍କ୍‌ ପାଇଁ ଅର୍ଡର ଦିଆଯାଇଛି । ଏହି ଟ୍ୟାଙ୍କରେ କେବଳ ତିନି ଜଣ ଲୋକ ବସି ପାରିବେ । ଏହା ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଚାଲିପାରିବ । ଏହାର କାର୍ଯ୍ୟକ୍ଷମ ରେଞ୍ଜ ହେଉଛି ୫୫୦ କିଲୋମିଟର ।

ଏହି ସମସ୍ତ ଯୁଦ୍ଧାସ୍ତ୍ରକୁ ଭାରତ ଗଣତନ୍ତ୍ର ଦିବସ ଅବସରରେ ପ୍ରଦର୍ଶନ କରିବ । ଏନେଇ ଭାରତବାସୀ ବହୁତ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.