୧୪ ଲକ୍ଷ ଦୀପରେ ଚିତ୍ରିତ ହେଲା ପ୍ରଭୁ ଶ୍ରୀରାମଙ୍କ ପରାକ୍ରମୀ ଚିତ୍ର, ଆଲୋକିତ ହେଲା ସମଗ୍ର ଅଯୋଧ୍ୟା

ପ୍ରାଣ ପ୍ରତିଷ୍ଠାର ଭବ୍ୟ ସମାରୋହ ପୂର୍ବରୁ ଅଯୋଧ୍ୟା ସାକେତ ବିଶ୍ୱବିଦ୍ୟାଳୟରେ ପ୍ରଭୁ ରାମ ଏବଂ ରାମ ଜନ୍ମଭୂମି ମନ୍ଦିରର ଚିତ୍ର ବିଭିନ୍ନ ରଙ୍ଗର ଦୀପରେ ତିଆରି କରାଯାଇଛି ।  କଳାକାରମାନଙ୍କର କଠିନ ପରିଶ୍ରମ ଏହି ଚିତ୍ରକୁ ବହୁତ ସ୍ୱତନ୍ତ୍ର କରିପାରିଛି ।

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଅଯୋଧ୍ୟା ରାମମୟ ହୋଇଯାଇଛି । ପ୍ରାଣ ପ୍ରତିଷ୍ଠାର ଭବ୍ୟ ସମାରୋହ ପୂର୍ବରୁ ଅଯୋଧ୍ୟା ସାକେତ ବିଶ୍ୱବିଦ୍ୟାଳୟରେ ପ୍ରଭୁ ରାମ ଏବଂ ରାମ ଜନ୍ମଭୂମି ମନ୍ଦିରର ଚିତ୍ର ବିଭିନ୍ନ ରଙ୍ଗର ଦୀପରେ ତିଆରି କରାଯାଇଛି ।  କଳାକାରମାନଙ୍କର କଠିନ ପରିଶ୍ରମ ଏହି ଚିତ୍ରକୁ ବହୁତ ସ୍ୱତନ୍ତ୍ର କରିପାରିଛି । ଖୋଲା ପଡ଼ିଆରେ ନିର୍ମିତ ଏହି ଚିତ୍ରରେ ପ୍ରଭୁ ରାମଙ୍କର ଧନୁ ଏବଂ ତୀର ଧରିଥିବା ଚିତ୍ର ରହିଛି ଏବଂ ସେହି ଚିତ୍ରରେ ‘ଜୟ ଶ୍ରୀ ରାମ’ ଲେଖାଯାଛି । ଏଠାରେ ଭଗବାନ ରାମଙ୍କର ଶକ୍ତିଶାଳୀ ରୂପ ଅନେକ ଦୀପ ସହିତ ଚିତ୍ରିତ ହୋଇଛି ।

ଲୋକମାନେ ଏହି ଦୀପ ଜାଳିବା ପାଇଁ ଧାଡିରେ ଠିଆ ହୋଇଥିବାର ଦେଖାଯାଇଥିଲା । ଡ୍ରୋନରୁ ନିଆଯାଇଥିବା ଭିଡିଓରେ ପ୍ରଭୁ ରାମ ଏବଂ ରାମ ଜନ୍ମଭୂମି ମନ୍ଦିରର ଆକୃତି ମନକୁ ଖୁବ ଆକର୍ଷିତ କରୁଛି । ଚତୁର୍ଦ୍ଦିଗରେ ଭକ୍ତମାନେ ନଜର ଆସିଛନ୍ତି, ଯେଉଁମାନେ ଦୀପ ଜାଳୁଛନ୍ତି । ପ୍ରଭୁ ରାମଙ୍କ ସହ ଏହି କଳାକାରମାନେ ଦୀପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ମଧ୍ୟ ତିଆରି କରିଛନ୍ତି । ଏହି ଦୀପଗୁଡ଼ିକ ଜଳିବା ସହିତ ସମଗ୍ର ଅଯୋଧ୍ୟା ଆଲୋକିତ ହୋଇ ଉଠିଥିଲା ।

ପ୍ରଭୁ ରାମ, ରାମ ଜନ୍ମଭୂମୀ ମନ୍ଦିର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ରକୁ ତିଆରି କରିବା ଏବଂ ‘ଜୟ ଶ୍ରୀ ରାମ’ ଲେଖିବା ପାଇଁ ପ୍ରାୟ ୧୪ ଲକ୍ଷ ଦୀପ ବ୍ୟବହାର କରାଯାଇଥିଲା । ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଚାରିଆଡେ ଖୁସିର ଲହରୀ ଖେଳିଯାଇଛି । ଏହି ଉତ୍ସବରେ ଶ୍ରୀ ରାମ କର୍ମଭୂମି ଟ୍ରଷ୍ଟ ଦ୍ୱାରା ଏହି ଭବ୍ୟ ଚିତ୍ର ଆୟୋଜିତ ହୋଇଛି, ଯାହାର ପ୍ରତିଷ୍ଠାତା ଟ୍ରଷ୍ଟି ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ । ଏହି ଚିତ୍ରକୁ ୧୦୦୦ ରୁ ଅଧିକ କଳାକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହାର ଲମ୍ବ ପ୍ରାୟ ୧୦୦ ଫୁଟ ଏବଂ ମୋଟେଇ ଅଢେଇ ଫୁଟ । ଏଥିରେ ୧୪ ଟି ରଙ୍ଗ ବ୍ୟବହାର କରାଯାଇଛି ।

ଏହା ସହିତ ରାମ ମନ୍ଦିରରେ ଜାନୁଆରୀ ୧୫ ସକାଳ ୧୧ଟାରେ କନ୍ୟା ପୂଜା ମଧ୍ୟ ଆୟୋଜିତ ହେବ । ଯେଉଁଥିରେ ୫୧୦୦ ଝିଅଙ୍କୁ ପୂଜା କରାଯିବ । ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଜାନୁୟାରୀ ୧୬ ରୁ ଆରମ୍ଭ ହୋଇ ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିରରେ ସାତ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅଯୋଧ୍ୟାରେ ଭିଭିଆଇପିଙ୍କ ସମେତ ହଜାର ହଜାର ଲୋକଙ୍କୁ ସ୍ୱାଗତ କରିବା ପାଇଁ ଅଧିକାରୀମାନେ ଜୋରସୋରରେ କାର୍ଯ୍ୟ କରୁଛନ୍ତି । ଏବେ ଏହି ଅଯୋଧ୍ୟା ସହରର ରାସ୍ତା ସଂପୂର୍ଣ୍ଣ ରୂପାନ୍ତରିତ ହୋଇଛି ଏବଂ ଭିତ୍ତିଭୂମି ବିକାଶ ତଥା ସହରକୁ ଅଧିକ ସୁନ୍ଦର କରିବା ପାଇଁ କାର୍ଯ୍ୟ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.