ଦିଲ୍ଲୀରେ ହିଟ୍‌ ଆଣ୍ଡ ରନ୍‌ ମାମଲା, ବ୍ୟକ୍ତିକୁ ଧକ୍କା ଦେଇ ବୋନେଟରେ ଘୋଷାଡିଲା ମିନିବସ୍‌

ଏକ ମିନି ବସ୍‌ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଜଣକ କିଛି ଦୂର ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଘୋଷାଡି ନେଇଥିଲା । ଦିଲ୍ଲୀର ଲାଜପତ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି ।

ପୁଣି ଦିଲ୍ଲୀରେ ହିଟ୍‌ ଆଣ୍ଡ ରନ୍‌ ମାମଲା । ଏକ ମିନି ବସ୍‌ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଜଣକ କିଛି ଦୂର ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଘୋଷାଡି ନେଇଥିଲା । ଦିଲ୍ଲୀର ଲାଜପତ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

ଭାଇରଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ଚଳନ୍ତା ଗାଡିର ବନେଟରେ ବସିଛନ୍ତି । ବ୍ୟକ୍ତି ଜଣକ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ।

ପୋଲିସ କହିଛି କି, ରବିବାର ରାତି ୧୧.୩୦ ମିନିଟରେ ପିସିଆରକୁ କଲ୍‌ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ କି, ଡିଏନଡି ଫ୍ଲାଏଓଭରରୁ ନୋଏଡା ଆଡକୁ ଯାଉଥିବା ଏକ ମିନି ବସ୍‌ ଲାଜପତ ନଗର ଠାରେ ଧକ୍କା ଦେଇଥିଲା । ଏହାପରେ ତାଙ୍କୁ କିଛି ବାଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ।

ବନେଟ ଉପରେ ବସିଥିବା ବ୍ୟକ୍ତି ଜଣକ ଉତ୍ତରପ୍ରଦେଶ ପଳାଇଛନ୍ତି । ସେ ଦିଲ୍ଲୀ ଅଭିଯୋଗ କରିବା ପାଇଁ ଆସିପାରିବେ ନାହିଁ ବୋଲି କହିଛନ୍ତି । ତେବେ ତାଙ୍କୁ ଦିଲ୍ଲୀ ଆଣିବା ପାଇଁ ଚେଷ୍ଟା ଜାରି ରହିଛି । ଦିଲ୍ଲୀ ଆସିବା ପରେ ତାଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ବ୍ୟକ୍ତି ଜଣକ କେମିତି ଗାଡି ଆଗକୁ ଆସିଲେ, ମିନିବସ୍‌ କାହିଁକି ତାଙ୍କୁ ବୋନେଟରେ ଘୋଷାଡି ନେଲା, ତାହାର ପ୍ରକୃତ ସତ୍ୟ ଜଣାପଡିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.