ପଶୁତ୍ବର ଶେଷ ସୀମା : ଆଇସିୟୁରେ ଚିକିତ୍ସାଧୀନ ନାବାଳିକାଙ୍କ ସହ ଗଣଦୁଷ୍କର୍ମ, କମ୍ପାଉଣ୍ଡର ସହ ୩ କର୍ମଚାରୀଙ୍କ ବିରୋଧରେ ମାମଲା

ବରେଲି : ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବଦାୟୁ ରୋଡ଼ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନାବାଳିକା ହୋଇଛନ୍ତି ଗଣଦୁଷ୍କର୍ମର ଶିକାର। ନାବାଳିକା ଜଣଙ୍କ ଡାକ୍ତରଖାନା କମ୍ପାଉଣ୍ଡର ଏବଂ ଅନ୍ଯ କର୍ମଚାରୀଙ୍କ ବିରୋରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଘଟଣାଟି ଘଟିଛି ତିନି ଦିନ ପୂର୍ବରୁ ।

rape 3

ସୂଚନା ମୁତାବକ, ନାବାଳିକାଙ୍କୁ ବିଷାକ୍ତ ପୋକ କାମୁଡ଼ିବାରୁ ସେ ଗମ୍ଭୀର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ନାବାଳିକାର ଶରୀର ଅବସ୍ଥା ଠିକ୍ ହେବା ପରେ ମୁହଁରୁ ଅକ୍ସିଜେନ୍ ମାକ୍ସ ହଟାଇ ଦିଆଯାଇଥିଲା। ଯାହାପରେ ସେ ତାଙ୍କ ଜେଜେମା’ଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲେ। ପୀଡ଼ିତାଙ୍କ ପରିବାର ଲୋକ ପୋଲିସରେ ମାମଲା ରୁଜୁ କରିବା ସହ ନ୍ଆୟା ପାଇଁ ଆବେଦନ କରିଥିଲେ।

 

sexual-assault

ପୀଡ଼ିତାଙ୍କ ବୟାନ ଅନୁସାରେ, ତାଙ୍କୁ ଜେନେରାଲ ୱାର୍ଡକୁ ନିଆଯିବା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା ।ସେ କହିଲେ କମ୍ପାଉଣ୍ଡର ଏବଂ କିଛି କର୍ମଚାରୀ ତାଙ୍କୁ କୌଣସି ଇଞ୍ଜେକସନ ଦେବା ସହ ତାଙ୍କ ସହ ରାତିରେ ଦୁଷ୍କର୍ମ କରିଥିଲେ। ପର ଦିନ ଚେତା ଫେରିବା ବେଳକୁ ସେ ଦେଖିଲେ ଯେ ତାଙ୍କ ଶରୀରରେ କୌଣସି ପୋଷାକ ନଥିଲା । ଏପରିକି ଡାକ୍ତରଖାନାରେ ଅନ୍ଯ ଏକ କୋଠରୀରେ ତାଙ୍କୁ ରଖା ଯାଇଥିଲା । ତେବେ ପୋଲିସ ତଦନ୍ତ ସମୟରେ ନାବାଳିକାର ଡାକ୍ତରୀ ଯାଞ୍ଚ ପାଇଁ ଆବେଦନ କରାଯାଇଛି । କିନ୍ତୁ ପୀଡ଼ିତାଙ୍କ ସ୍ବାସ୍ଥ୍ଯାବସ୍ଥା ଠିକ୍ ନଥିବାରୁ ତାହା ସମ୍ଭବପର ନୁହଁ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.