ଘରେ ପଶି କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ

ଗାଜିଆବାଦ୍ : ଦେଶରେ ନାରୀ ସୁରକ୍ଷା ଏବେ ଏକ ପ୍ରଶ୍ନବାଚୀ ପାଲଟି ଯାଇଛି । ପ୍ରତି ମୁହୂର୍ତ୍ତରେ ଏଠି ଦୁଷ୍କର୍ମ ଓ ନିର୍ଯାତନା ପରି ଘଟଣା ଦେଖିବାକୁ ମିଳିଛି। ଗାଜିଆବାଦ୍ ଥାନା ଅଞ୍ଚଳରେ ମୋଦିନଗର କ୍ଷେତ୍ରରେ ଏକ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ତୃତୀୟ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଦୁଇ ନାବାଳକ ଛାତ୍ର ଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତ ଛାତ୍ରମାନେ ଯଥାକ୍ରମେ ନବମ ଓ ଦଶମ ଶ୍ରେଣୀର ପଢୁଥିବାର ସୂଚନା ରହିଛି । ଦୁହିଁଙ୍କ ବୟସ ୧୩ରୁ ୧୪ ବର୍ଷ ଜଣାପଡିଥିବାବେଳେ ପୀଡ଼ିତାଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡିଛି ।

ଘଟଣାଟି ସାମ୍ନାକୁ ଆସିବା ପରେ ମୋଦିନଗର ପୋଲିସ୍ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିବା ସହିତ ପେକ୍ସୋ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରିଛି । ପୀଡ଼ିତାଙ୍କ ମା’ଙ୍କ କହିବାନୁସାରେ ପୀଡିତା ଜଣକ ଏକୁଟିଆ ଘରେ ଥିବାବେଳେ ପଡିଶାରେ ରହୁଥିବା ଦୁଇ ଅଭିଯୁକ୍ତ ଛାତ୍ର ଘରେ ବଳପୂର୍ବକ ପଶି ଏପରି ଦୁଷ୍କର୍ମ କାର୍ଯ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.