ଅମାନବୀୟ କାଣ୍ଡ : ଯୁବକଙ୍କୁ ଅପହରଣ କରିବା ପରେ ବରଫ ଉପରେ ଶୁଆଇ ମାଡ ମାରିଲେ, ପରେ ମୁହଁରେ କଲେ ପରିସ୍ରା

ଯୁବକଙ୍କୁ ଅପହରଣ କରି ତାଙ୍କୁ ବରଫ ଉପରେ ଶୁଆଇ ମୁହଁ ପରିସ୍ରା କରିଛନ୍ତି ଅପହରଣକାରୀ । ଆଉ ଅପହରଣକାରୀ ଏସବୁକୁ ସୋସିଆଲ ମିଡିଆରେ ଅପଲୋଡ କରି ଭାଇରଲ ମଧ୍ୟ କଲେ । ମଧ୍ୟପ୍ରଦେଶ ଶିବପୁରୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

ମଧ୍ୟପ୍ରଦେଶ ଶିବପୁରୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କୁ ଅପହରଣ କରି ତାଙ୍କୁ ବରଫ ଉପରେ ଶୁଆଇ ମୁହଁ ପରିସ୍ରା କରିଛନ୍ତି ଅପହରଣକାରୀ । ଆଉ ଅପହରଣକାରୀ ଏସବୁକୁ ସୋସିଆଲ ମିଡିଆରେ ଅପଲୋଡ କରି ଭାଇରଲ ମଧ୍ୟ କଲେ । ତେବେ ଏତେ ସବୁ ଘଟଣା ପରେ ପୋଲିସ ଏପର୍ଯ୍ୟନ୍ତ ଅପହରଣକାରୀକୁ ଗିରଫ କରିନାହିଁ ।

ଖବର ମୁତାବତ, ଥାନରାହାଲ ନିବାସୀ ଅପହରଣ ହୋଇଥିବା ସାଗର ଶର୍ମା କହିଛନ୍ତି ଯେ, କରୈରାର ଧର୍ମେନ୍ଦ୍ର, ଆକାଶ ଯାଦବ ଏବଂ ସୌରଭଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହା ପରେ ଜାନୁଆରୀ ୨୯ରେ ଏହି ତିନି ଜଣ ସେମାନଙ୍କ ସହଯୋଗୀମାନଙ୍କ ସହିତ ଆକାଶ ଯାଦବଙ୍କ କାରରେ ଆସି ମୋତେ ଅପହରଣ କରିଥିଲେ । ଅପହରଣ ପରେ ସେମାନେ ତାଙ୍କୁ ଏକ ବରଫ ଫ୍ୟାକ୍ଟ୍ରିକୁ ନିଆଯାଇଥିଲା । ସେଠାରେ ବରଫ ଖଣ୍ଡ ଉପରେ ତାଙ୍କୁ ଶୁଆଇ ସେମାନେ ମାଡ ମାରିଥିଲେ । ଆଉ ଏମାନଙ୍କ ନାମରେ କରିଥିବା ଏଫଆଇଆରକୁ ଫେରାଇ ନେବାକୁ କହି ପାଦ ଧରିବାକୁ କହିଥିଲେ । କଥା ଏତିକିରେ ସରିନଥିଲା, ଏହାପରେ ଯୁବକଙ୍କ ମୁହଁରେ ପରିସ୍ରା କରିଥିଲେ ଅପହରଣକାରୀ ।

ପୋଲିସ ସୂଚନା ମୁତାବକ, ଦୁର୍ବୃତ୍ତମାନେ ସାଗରକୁ ଅପରଣ କରି ମାଡ ମାରିବା ପରେ ତାଙ୍କୁ ତା’ପର ଦିନ ମୁଙ୍ଗାବଲି ତିରାହେରେ ଫିଙ୍ଗି ଚାଲିଯାଇଥିଲେ । ଅଭିଯୁକ୍ତମାନେ ସାଗରଙ୍କୁ ଧମକ ମଧ୍ୟ ଦେଇଥିଲେ ଯେ ସେମାନେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ତାଙ୍କ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହା ପରେ ସେମାନେ ସେହି ଭିଡିଓକୁ ଭାଇର ଲ କରିଥିଲେ । ଭିଡିଓରେ ପ୍ରାୟ ୬ରୁ ୭ ଜଣ ଅଭିଯୁକ୍ତ ସାଗରଙ୍କୁ କାରରେ ବସାଇ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି । ଭିଡିଓକୁ ଆଧାର କରି ପୋଲିସ ଦୋଷୀଙ୍କୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.