ଜମ୍ମୁ-କାଶ୍ମୀର: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର, ମା’ ସହ ୩ ଝିଅଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରରେ ଏକ ଘର ଭୁଶୁଡ଼ି ମା’ ସହ ୩ ଝିଅଙ୍କ ମୃତ୍ୟୁ ଘଟିଛି । ଏଠାରେ ରିୟାସି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଏକ କଚ୍ଚା ଘର ଭୁଶୁଡ଼ି ପଡ଼ିଥିଲା । ଫଳରେ ଏହା ତଳେ ଚାପି ହୋଇ ୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ଜମ୍ମୁ-କାଶ୍ମୀରରେ ଏକ ଘର ଭୁଶୁଡ଼ି ମା’ ସହ ୩ ଝିଅଙ୍କ ମୃତ୍ୟୁ ଘଟିଛି । ଏଠାରେ ରିୟାସି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଏକ କଚ୍ଚା ଘର ଭୁଶୁଡ଼ି ପଡ଼ିଥିଲା । ଫଳରେ ଏହା ତଳେ ଚାପି ହୋଇ ୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଝିଅମାନଙ୍କ ବୟସ ୨ରୁ ୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି ।

ମାର୍ଚ୍ଚ ୧ ଏବଂ ୨ରେ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଜମ୍ମୁ ଅଞ୍ଚଳରେ ପ୍ରବଳ ପବନ ସହ କୁଆପଥର ମାଡ଼ ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ।

ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଚସାନା ତହସିଲର କୁନ୍ଦରଧନ ମୋହରା ଗାଁରେ ଏକ ଘର ଭୁଶୁଡ଼ି ପଡ଼ିଥିଲା । ଏହା ସଂସ୍ପର୍ଶରେ ଆସି ଫାଲ୍ଲା ଅଖତର (୩୦), ତାଙ୍କ ଝିଅ ନସିମା (୫), ସଫିନା କୌସର (୩) ଓ ସମରିନ୍‌ କୌସର (୨)ଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣାରେ ପରିବାରର ଦୁଇ ବୃଦ୍ଧ ସଦସ୍ୟ କାଲୁ (୬୦) ଓ ତାଙ୍କ ପତ୍ନୀ ବାନୋ ବେଗମ୍‌ (୫୮) ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଉଦ୍ଧାର କର୍ମୀମାନେ ଘରର ଭଗ୍ନାବଶେଷ ତଳୁ ସମସ୍ତ ମୃତଦେହ ବାହାର କରିଛନ୍ତି । କହି ରଖୁଛୁ, ପ୍ରବଳ ବର୍ଷା ହେତୁ ଜମ୍ମୁ-କାଶ୍ମୀରର ରାସ୍ତାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.