ଛତିଶଗଡ଼ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କୋରାପୁଟ ଜିଲ୍ଲା ଗସ୍ତ, ମିଶନ ଶକ୍ତିର ସଫଳତା ଦେଖି ହେଲେ ଅଭିଭୂତ

କୋରାପୁଟ ଜିଲ୍ଲାର ମିଶନ ଶକ୍ତି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତାକୁ ନେଇ ଛତିଶଗଡ ରାଜ୍ୟରେ ବେଶ ଚର୍ଚ୍ଚା । ଓଡିଶା ସରଜାରଙ୍କ ମହିଳା ସଶକ୍ତି ଜାର୍ଯ୍ୟକ୍ରମ ଓ କୋରାପୁଟ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟକୁ ଦେଖିବା ସକାଶେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ଛତିଶଗଡ ରାଜ୍ୟର ୯୦ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।

ମିଶନ ଶକ୍ତି ଜରିଆରେ ସ୍ୱାବଲମ୍ବୀ ହୋଇଛନ୍ତି ଓଡିଶାର ମହିଳାମାନେ । ମହିଳାମାନଙ୍କୁ ମିଳିଛି ନୂଆ ପରିଚୟ । ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗ ସହଯୋଗରେ ଓରମାସ ପକ୍ଷରୁ କୋରାପୁଟ ଜିଲ୍ଲାରେ ମହିଳାଙ୍କୁ ସଶକ୍ତିକରଣ କରାଯାଇପାରିଛି । ଏହି ସଫଳତାକୁ ଦେଖିବା ପାଇଁ ପଡୋଶୀ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାରୁ ୯୦ଜଣ ମହିଳା କୋରାପୁଟ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଏବଂ ସରକାରୀ ଉତ୍ପାଦକ ଗୋଷ୍ଠୀ କେନ୍ଦ୍ର ଦେଖିବାକୁ ଆସିଛନ୍ତି ।

ମହିଳାମାନଙ୍କ ଦକ୍ଷତା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଅଭିଭୁତ ହୋଇଛନ୍ତି ଛତିଶଗଡରୁ ଆସିଥିବା ମହିଳା ପ୍ରତିନିଧି ମଣ୍ଡଳି । କୋରାପୁଟ ଜିଲ୍ଲାର ମିଶନ ଶକ୍ତି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତାକୁ ନେଇ ଛତିଶଗଡ ରାଜ୍ୟରେ ବେଶ ଚର୍ଚ୍ଚା । ଓଡିଶା ସରଜାରଙ୍କ ମହିଳା ସଶକ୍ତି ଜାର୍ଯ୍ୟକ୍ରମ ଓ କୋରାପୁଟ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟକୁ ଦେଖିବା ସକାଶେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ଛତିଶଗଡ ରାଜ୍ୟର ୯୦ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।

ମହିଳା ସଦସ୍ୟାମାନେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ବୈପାରୀଗୁଡା, ସୁନାବେଡା ଓ କୋରାପୁଟ ଭଳି ଅଞ୍ଚଳ ବୁଲି ଦେଖିବା ସହ ମିଲେଟ, କଫି, ହଳଦୀ, ଝାଡୁର ଉତ୍ପାଦିତ ସାମଗ୍ରୀର ଚାହିଦା ଏବଂ ବଜାରୀକରଣ ଏବଂ ବିଶେଷକରି ପ୍ରକ୍ରିୟାକରଣ ଉପରେ ଜ୍ଞାନଆହରୋଣ କରିଥିଲେ । ମହିଳାଙ୍କ ବିକାଶ ସକାଶେ ଓଡିଶା ସରକାର ଅନେକ ଯୋଜନା ଲାଗୁ କରିଛନ୍ତି । ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରି କୋରାପୁଟ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ ଚଲାଇଛି ଜିଲ୍ଲା ପ୍ରଶାସନ ।

କ୍ଷେତ୍ର ସ୍ଥଳରେ ଉଲ୍ଲେଖନୀୟ କାମ କରୁଛି ଓରମାସ । ଓରମାସର ଉଦ୍ୟମରେ କୋରାପୁଟ ଜିଲ୍ଲାର କଳାଜିରା ଧାନ ଚାଉଳ ,କଫି, ହଳଦୀ, ହଳଦୀରୁ ପ୍ରସ୍ତୁତ ସାବୁନ, ମାଣ୍ଡିଆ ଅଟା, ଲେମନଗ୍ରାସରୁ ପ୍ରସ୍ତୁତ ସେଣ୍ଟ ,ଫୁଲ ଝାଡୁକୁ ନେଇ କୋରାପୁଟ ଆଜି ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏହାକୁ ପ୍ରସ୍ତୁତ କରି ସ୍ବାବଲମ୍ବି ହୋଇପାରିଛନ୍ତି ଜିଲ୍ଲାର ଶହ ଶହ ମହିଳା । କୋରାପୁଟ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟ ଦକ୍ଷତା ଓ ଉନ୍ନତ ଉତ୍ପାଦନ ଶୈଳିକୁ ଦେଖି ଅଭିଭୁତ ହୋଇପଡିଛନ୍ତି ଛତିଶଗଡ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ।

ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାର ମହିଳା ସଦସ୍ୟାମାନେ କୋରାପୁଟ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟ ଦକ୍ଷତା ଓ ଓଡିଶା ସରକାରଙ୍କ ପଦକ୍ଷେପକୁ ବେଶ ପ୍ରଂଶସା କରିଛନ୍ତି । ମିଲେଟରୁ ପ୍ରସ୍ତୁତ ଖାଦ୍ୟ ବିଶେଷକରି ମାଣ୍ଡିଆରୁ କିପରି ଅନେକ ପ୍ରକାରର ସ୍ବାଦିଷ୍ଠ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି ଏବଂ ହଳଦୀକୁ କିପରି ପ୍ରକ୍ରିୟାକରଣ କରି ରାଜ୍ୟ ଓ ଜାତୀୟ ସ୍ତରରେ ବିକ୍ରୀବଟା କରାଯାଉଛି ସେ ସଂପର୍କରେ ଅନୁଧ୍ୟାନ କରିଥିଲେ । ଏଭଳି ପରିଦର୍ଶନରେ ଆସିବା ଦ୍ବାରା କୋରାପୁଟ ଜିଲ୍ଲାର ମହିଳା ଉତ୍ପାଦକଙ୍କ ପାଇଁ ଲାଭଦାୟକ ହେବ ବୋଲି ଓରମାସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.