ନିଖୋଜ କୃଷକକୁ ଖାଇଯାଇଥିଲେ ଘୁଷୁରୀ, ୮ ଦିନ ପରେ ମିଳିଲା ଶରୀରର କିଛି ଅଂଶ

ସାଧାରଣତଃ ବାଘ କିମ୍ବା ଭାଲୁ ମଣିଷ ଖାଇଦେଇଥିବା କଥା ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ ପୂର୍ବରୁ କେବେ ଶୁଣିଛନ୍ତି କି ଘୁଷୁରୀ ମଣିଷକୁ ମାରି ଖାଇଯାଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ।

ସୂଚନା ଅନୁଯାୟୀ ଡିସେମ୍ବର ୩୧ ତାରିଖରେ ପୋଲାଣ୍ଡର ଲୁବିନ ପୋଲିସ ଷ୍ଟେସନରେ ଜଣେ କୃଷକ ହଜିଯାଇଥିବାର ଏକ ମାମଲା ରୁଜୁ କରାଯାଇଥିଲା । ତେବେ ସୂଚନା ଅନୁଯାୟୀ କୃଷକଙ୍କ ବୟସ ଥିଲା ୭୦ ବର୍ଷ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବ୍ୟକ୍ତି ଜଣକୁ ଡିସେମ୍ବର ୩୧ ତାରିଖରେ ନିଜ ଫର୍ମ ହାଉସ ନିକଟରେ ଦେଖାଯାଇଥିଲା । ସେ ଏକୁଟିଆ ରହୁଥିଲେ ।

Image result for Missing farmer gets 'pig eaten' bones found after 8 days

ଜାନୁଆରୀ ୮ ତାରିଖରେ ତାଙ୍କର ଶବ ମିଳିଥିଲା ସତ କିନ୍ତୁ ଶରୀରରେ କେବଳ ହାଡ଼ ଥିଲା ଏବଂ ମୁଣ୍ଡର କିଛି ଅଂଶ ହିଁ ବାକିଥିଲା । ଯାହାଦ୍ୱାରା ଜଣା ପଡିଥିଲା ଯେ ସେ ହେଉଛି ସେହି କୃଷକଙ୍କ ଶବ ଯିଏ ନିଖୋଜ ଥିଲେ । ପଡୋଶୀଙ୍କ କହିବା ଅନୁଯାୟୀ ତାଙ୍କ ଘର ନିକଟରେ ଦୁଇଟି ବଡ ବଡ଼ ଜଙ୍ଗଲୀ ଘୁଷୁରୀ ଦେଖିବାକୁ ମିଳିଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି ଯେ କୃଷକଙ୍କୁ ସେହି ଜଙ୍ଗଲୀ ଘୁଷୁରୀମାନେ ଖାଇ ଯାଇଛନ୍ତି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ ଯେ ତାଙ୍କର ମୃତ୍ୟୁ କିପରି ହୋଇଛି ପ୍ରଶାସନ ତରଫରୁ ଏହାର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.