ସମ୍ବଲପୁର: ଦେବଝରଣ ଓ୍ଵାଟରଫଲ୍‌ରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ଇଞ୍ଜିନିୟରିଂ ଛାତ୍ର, ଉଭୟ ମୃତ

କେନ୍ୟୁଜ୍(ବ୍ୟୁରୋ):ସମ୍ବଲପୁରରେ ପାଣିରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ । ଦେବଝରଣ ଓ୍ଵାଟରଫଲରେ ପିକ୍‌ନିକ୍‌ ପାଇଁ ଯାଇ ଜଳପ୍ରପାତରେ ଗାଧୋଇବାବେଳେ ଏହି ଅଘଟଣ ଘଟିଛି। ମୃତ ଦୁଇ ଛାତ୍ର ହେଲେ ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ । ଏମାନେ ବୁର୍ଲା ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ର । ଗାଧୋଇବା ବେଳେ ଜଣେ ଛାତ୍ର ଗଭୀର ଜଳକୁ ପଳାଇ ଯାଇଥିଲେ। ଛାତ୍ର ଜଣକ ପହଁରା ଜାଣି ନଥିବାରୁ ବୁଡ଼ି ଯାଇଥିଲେ। ପାଖରେ ଥିବା ଆଉ ଜଣେ ସାଙ୍ଗ ଉଦ୍ଧାର କରିବା ପାଇଁ ଗଭୀର ଜଳକୁ ଡେଇଁ ଥିଲେ। ଶେଷରେ ଉଭୟ ସାଙ୍ଗ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.