ବିଜେପିରେ ସାମିଲ୍‌ ହୋଇପାରନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଅଭିନେତାଙ୍କ ଘରେ ପହଞ୍ଚିଲେ ମୋହନ ଭାଗବତ

କୋଲ୍‌କାତା :  ଆଉ ଅଳ୍ପ ଦିନ ପରେ ପଶ୍ଚିମବଙ୍ଗରେ ଆରମ୍ଭ ହେବ ବିଧାନସଭା ନିର୍ବାଚନ । ସେଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଭଲ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଖୁବ୍‌ ଜୋର୍‌ ଧରିଛି । ଖୁବ୍‌ ଶୀଘ୍ର ମିଥୁନ ବିଜେପିରେ ସାମିଲ୍‌ ହୋଇପାରନ୍ତି ବୋଲି କୁହାଯାଉଛି ।

ସୂଚନାନୁଯାୟୀ, ମୋହନ ଭାଗବତ ମଙ୍ଗଳବାର ସକାଳେ ମିଥୁନଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚି ମିଥୁନଙ୍କୁ ଭେଟିଛନ୍ତି । କୁହାଯାଉଛି ମିଥୁନ ଗତ ବର୍ଷ ମଧ୍ୟ ମୋହନ ଭାଗବତଙ୍କୁ ନାଗପୁରରେ ଭେଟିଥିଲେ । ପଶ୍ଚିମବଙ୍ଗ ବିଧାନସଭା ପୂର୍ବରୁ ମିଥୁନ ଓ ଭାଗବତଙ୍କ ବୈଠକ ରାଜନୈତିକ ମହଲରେ ବହୁ କଳ୍ପନାଜଳ୍ପନା ସୃଷ୍ଟି କରିଛି । ବିଜେପି ଏବେ ପଶ୍ଚିମବଙ୍ଗ ଅକ୍ତିଆର କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛି । ସେଥିପାଇଁ ବିଜେପି ନୂଆ ଚେହେରା ତଲାସରେ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.