ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟାକଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଗଡିଗାଁ ହାଣ୍ଡିଭଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ବୁଦୁଲୁ କଟୁଆଳ। ସ୍ତ୍ରୀକୁ ହତ୍ୟା କରି ଘର ଆଗରେ ମୃତଦେହ ପୋତିବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲା ସ୍ୱାମୀ। ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଘର ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଠେଙ୍ଗା, ଲୁହା ପାଇପ୍ ଜବତ ହୋଇଛି।