ନିଜର ନବଜାତ ଶିଶୁକୁ ଧରି ବିଧାନସଭା ଶୀତ ଅଧିବେଶନରେ ପହଞ୍ଚିଥିଲେ ବିଧାୟିକା, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ!

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP)ର ବିଧାୟକ ସରୋଜ ବାବୁଲାଲ ଅହିରେ ନିଜର ନବଜାତ ଶିଶୁକୁ ଧରି ମହାରାଷ୍ଟ୍ର ବିଧାନସଭା ପହଞ୍ଚିଥିଲେ। ସରୋଜ ବାବୁଲାଲ ୩୦ ସେପ୍ଟେମ୍ବରରେ ମା’ ହୋଇଥିଲେ ଏବଂ ଆଜି ସୋମବାର ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନରେ ସାମିଲ ହେବାକୁ ପହଞ୍ଚିଥିଲେ। ଏହି ସମୟରେ ବିଧାୟକ ସରୋଜଙ୍କ ହାତରେ ନବଜାତ ଶିଶୁକୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏନ୍‌ସିପି ବିଧାୟକ ସରୋଜ ବାବୁଲାଲ ଅହିରେ କହିଥିଲେ ଯେ ‘ଗତ ଅଢ଼େଇ ବର୍ଷରୁ କୋଭିଡ୍‌-୧୯ ଯୋଗୁ ନାଗପୁରରେ ବହୁ ଅଧିବେଶନ ଆୟୋଜିତ ହୋଇପାରି ନ ଥିଲା। ମୁଁ ଏବେ ଜଣେ ମା’, କିନ୍ତୁ ନିଜର ମତଦାତାମାନଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ଶୀତକାଳୀନ ଅଧିବେଶନ ସମୟରେ ବିଧାନସଭା ଆସିଛି’।

ତେବେ ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ଏନ୍‌ସିପି ବିଧାୟକ ସରୋଜ ବାବୁଲାଲ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାହିଁକି ନା, ସେ ନିଜର ୩ ମାସର ନବଜାତ ଶିଶୁକୁ ଧରି ବିଧାନସଭା ପହଞ୍ଚିଥିଲେ। ଏହି ସମୟରେ ସେ ନିଜ ପିଲା ସହିତ ବହୁତ ଖୁସି ନଜର ଆସିଥିଲେ।

ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମ୍ବୋଧିତ କରିଥିଲେ। ସେ କହିଥିଲେ କି, ପ୍ରଥମ ଥର କେନ୍ଦ୍ର ଗୃହମନ୍ତ୍ରୀ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦକୁ ନେଇ ମଧ୍ୟସ୍ଥତା କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଏବେ ରାଜନୀତି ହେବା ଉଚିତ୍‌ ନୁହେଁ। କହି ରଖୁଛୁ, ଆଜି ସୋମବାରଠାରୁ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.