Below header

୩୫ ହଜାର ଲୋକଙ୍କୁ ଖାଦ୍ୟ ଖୁଆଉଛି ମୋବାଇଲ୍‌ କ୍ୟାଣ୍ଟିନ, ଏବେ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚାଇବ ଗରମ ଖାଦ୍ୟ

ମାତ୍ର ୫ ଟଙ୍କାରେ ଅନ୍ନପୂର୍ଣ୍ଣା ଭୋଜନ ଯୋଜନା ଆରମ୍ଭ କରିଥିବା ସହର ହାଇଦ୍ରାବାଦରେ ମଙ୍ଗଳବାର ଅନ୍ନପୂର୍ଣ୍ଣା ମୋବାଇଲ୍‌ କ୍ୟାଣ୍ଟିନ୍‌ର ଶୁଭାରମ୍ଭ ହୋଇଛି। ଏହି ସୁବିଧା ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେଶନ(GHMC) ଆରମ୍ଭ କରିଛି। ମୁଖ୍ୟତଃ ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଖରେ ଗରମ ଖାଦ୍ୟ ପହଞ୍ଚାଇବା ହେଉଛି ଏହାର ମୂଳ ଲକ୍ଷ୍ୟ।

a2

ହରେକୃଷ୍ଣା ମୁଭ୍‌ମେଣ୍ଟ ଚାରିଟେବୁଲ୍‌ ଫାଉଣ୍ଡେଶନ ସହଯୋଗରେ ଆରମ୍ଭ ହୋଇଥିବା ଏହି ମୋବାଇଲ୍‌ କ୍ୟାଣ୍ଟିନ୍‌ରେ ୫ଟି ଗାଡ଼ି ସାମିଲ ହୋଇଛି। ଗାଡ଼ିଗୁଡ଼ିକ ସହରସାରା ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ କାମ କରିବେ। ମୋବାଇଲ୍‌ କ୍ୟାଣ୍ଟିନ୍‌ରେ ଖାଦ୍ୟ ହଟ୍‌ କେସ୍‌ରେ ରଖାଯାଇଥାଏ।

a3

୧୨୦୦ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଲକ୍ଷ୍ୟ

ପ୍ରାଥମିକ ପଯ୍ୟର୍ାୟରେ ୫୦ ଲୋକଙ୍କ ପାଖକୁ ଗରମ ଖାଦ୍ୟ ପହଞ୍ଚାଯିବ। ପରେ ୧୨୦୦ ଲୋକଙ୍କୁ ଖାଦ୍ୟ ପରଷାଯିବ। ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ୍‌ର ବର୍ତ୍ତମାନ ୧୫୦ଟି ସେଣ୍ଟର ରହିଛି, ଯାହାକି ପ୍ରତିଦିନ ୩୫ ହଜାର ଲୋକଙ୍କ ପାଇଁ ଖାଦ୍ୟ ଉପଲବ୍ଧ କରାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.