Below header

କରୋନା ଭାଇରସ୍‌ ଭାରତରେ ପହଞ୍ଚିବା ପରେ ତତ୍ପର କେନ୍ଦ୍ର ସରକାର, ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିଭ୍ୟୁ ମିଟିଂ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦେଖିବାକୁ ମିଳୁଛି କରୋନାର କରାଳ ରୂପ । ଭାରତରେ ମଧ୍ୟ କରୋନାକୁ ନେଇ ଲୋକେ ଆତଙ୍କିତ । କେରଳରେ ତିନି ଜଣ, ନୋଏଡାରେ ଜଣେ, ତେଲେଙ୍ଗାନାରେ ଜଣେ ଓ ଆଗ୍ରାରେ ଜଣେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କରୋନା ଭାଇରସ୍‌ ଭାରତରେ ପହଞ୍ଚିବା ପରେ ତତ୍ପର କେନ୍ଦ୍ର ସରକାର । ଗତକାଲି ପ୍ରଧାନମନ୍ତ୍ରୀ ଏନେଇ ସମୀକ୍ଷା ବୈଠକ କରିଛନ୍ତି । ଆଜି ମଧ୍ୟ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ରିଭ୍ୟୁ ମିଟିଂ ହେବ । ଦିନ ୧୧ଟାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ।

coronaବୈଠକରେ ବିଭିନ୍ନ ହସ୍ପିଟାଲର ନିର୍ଦ୍ଦେଶକ, ରେଲେଓ୍ଵ ହସ୍ପିଟାଲ ଅଧିକ୍ଷକ ଓ ସବୁ ସ୍ୱାସ୍ଥ୍ୟ ସେବାର ଡିଜି ଉପସ୍ଥିତ ରହିବେ । ସେପଟେ ପରିସ୍ଥିତି ଉଦବେଗଜନକ ହେଉଥିବା ବେଳେ ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଓ ଜାପାନର ଭିସା ରଦ୍ଦ କରିଛି ଭାରତ । ୨୬ଟି ଫାର୍ମାସିଉଟିକାଲ ସାମଗ୍ରୀ ରପ୍ତାନୀ ଉପରେ ରୋକ୍‌ ଲଗାଯାଇଛି ।

corona imgଅନ୍ୟପଟେ କରୋନା ଭାଇରସ୍‌ ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ପରେ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଆତଙ୍କିତ ନହେବାକୁ ଟ୍ଵିଟ୍‌ କରି ଲୋକଙ୍କୁ ଆଶ୍ୱସ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏନେଇ ସତର୍କତା ଅବଲମ୍ବନ କରିବାକୁ ହେବ । କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡ଼ିବ । ନିଜର ସୁରକ୍ଷା ପାଇଁ କେତେକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଟ୍ଵିଟ୍‌ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ଭୁତାଣୁ ସଂକ୍ରମଣର ପ୍ରତିକାର ପାଇଁ ସେ ବିଭିନ୍ନ ମନ୍ତ୍ରାଳୟ ସହ ବୈଠ କରି ଆବଶ୍ୟକ ପଦକ୍ଷେପ ନେଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.