Below header

କିଭଳି ରହିବ ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳ? ୪ଟି ବଡ଼ ବିଭାଗକୁ ନେଇ କୌଣସି ସୂଚନା ନାହିଁ

ନୂଆଦିଲ୍ଲୀ (କେନ୍ୟୁଜ୍) : ମୋଦିଙ୍କ ବିପୁଳ ବିଜୟ ପରେ ଏବେ ନୂଆ ସରକାରଙ୍କ ଶପଥ ଗ୍ରହଣ ଓ ମନ୍ତ୍ରିମଣ୍ଡଳ ଗଠନର ସମୟ । ଏବେଠୁ ଚର୍ଚ୍ଚା ହେଉଛି, ଟିମ୍ ନବୀନରେ କାହାକୁ ମିଳିବ ସ୍ଥାନ ? କ’ଣ ରହିବ ଆଧାର? ଏ ନେଇ ଏବେ ଆରମ୍ଭ ହୋଇ ଯାଇଛି ଜୋରଦାର ଚର୍ଚ୍ଚା । ତେବେ ଗୃହ, ଅର୍ଥ, ବୈଦେଶିକ ଏବଂ ପ୍ରତିରକ୍ଷା ବିଭାଗ ନେଇ କୌଣସି ସଂକେତ ମିଳିନାହିଁ । ତେବେ ମୋଦିଙ୍କ ଘନିଷ୍ଠ ସହଯୋଗୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ କୌଣସି ବଡ଼ ବିଭାଗ ମିଳିବା ଚର୍ଚ୍ଚା ହେଉଛି । ସେହିଭଳି ସ୍ମୃତି ଇରାନୀଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ମିଳିବା ନେଇ ଆଲୋଚନା ହେଉଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଏଥର ୨ରୁ ୧୮ ଆସନକୁ ଡେଇଁଛି ବିଜେପି । ତେଣୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ ରଖି ଏହି ରାଜ୍ୟକୁ ଅଧିକ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ତେବେ ଅର୍ଥ ବିଭାଗ ପୁଣି ଥରେ ଅରୁଣ ଜେଟଲୀଙ୍କ ହାତକୁ ଯିବ ନା ଅନ୍ୟ କାହାକୁ ଦିଆଯିବ ସେ ନେଇ କିଛି ସୂଚନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.