ଉଜବେକିସ୍ତାନରେ ମୋଦି-ପୁଟିନ୍‌ ସାକ୍ଷାତ: ଉଠିଲା ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ

କେନ୍ୟୁଜ୍(ବ୍ୟୁରୋ): ଉଜବେକିସ୍ତାନରେ ମୋଦି-ପୁଟିନ୍‌ ସାକ୍ଷାତ । ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ ସମ୍ମିଳନୀ ଅବସରରେ ପରସ୍ପରକୁ ଭେଟିଛନ୍ତି ଦୁଇ ନେତା। ଆଲୋଚନା ବେଳେ ଉଠିଥିଲା ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ । ମୋଦି କହିଥିଲେ ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ । ଡେମୋକ୍ରେସୀ, ଡିପ୍ଲୋମାସୀ ଓ ଡାଇଲଗ ଉପରେ ଗୁରୁତ୍ୱ ଦେଇଥିଲେ ମୋଦି। ପୁଟିନ କହିଥିଲେ, ରୁଷ ଶୀଘ୍ର ଶାନ୍ତି ଚାହୁଁଛି। କିନ୍ତୁ ୟୁକ୍ରେନ ନେତୃତ୍ୱ ଯୁଦ୍ଧ ଉପରେ ଗୁରୁତ୍ୱ ଦେଉଛି।

ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ଦୁଇ ନେତା । ଅନ୍ୟାନ୍ୟ ପ୍ରସଙ୍ଗ ସହ ରୁଷ୍‌ର ଖାଦ୍ୟ ଓ ସାର ଯୋଗାଣ ନେଇ କଥା ହୋଇଛନ୍ତି ମୋଦି-ପୁଟିନ୍‌ । କିଛି ଦିନ ତଳେ ବ୍ଲାଡିଭୋସ୍ତକରେ ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମରେ ମୋଦି ରଖିଥିବା ଅଭିଭାଷଣକୁ ପ୍ରଶଂସା କରିଛନ୍ତି ପୁଟିନ୍‌ । ୟୁକ୍ରେନ୍‌ ଯୁଦ୍ଧ ପରେ ଏ ହେଉଛି ମୋଦି-ପୁଟିନ୍‌ଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ । ଯୁଦ୍ଧ ଆରମ୍ଭ ହେବା ପରେ ଏକାଧିକ ଥର ଟେଲିଫୋନ୍‌ରେ ଦୁଇ ନେତା କଥା ହୋଇଛି। କିନ୍ତୁ ଏହା ପ୍ରଥମ ସାକ୍ଷାତ । ଜନ୍ମଦିନ ପୂର୍ବରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌ । ରୁଷ୍‌ ଗସ୍ତ କରିବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ପୁଟିନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.