କଟକ ଜିଲ୍ଲା ନରସିଂହପୁର ପଦାମାଳ ଗାଁରେ ଅଘଟଣ: ଗ୍ୟାସ୍‌ ଟାଙ୍କି ଫାଟି ୯ ଆହତ

ଆଠଗଡ଼(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ପଦାମାଳ ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ୨ ବଖରା ଜଳିବା ସହ ୯ ଜଣ ଆହତ । ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର । ସମସ୍ତଙ୍କୁ କାନପୁର ଡାକ୍ତର ଖାନାରେ ଭର୍ତି କରାଯାଇଛି ।

ତେବେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି । ସେପଟେ ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ । ଗାଁର ଦଣ୍ଡାଧର ସାହୁଙ୍କ ଘରେ ହଠାତ୍‌ ଗ୍ୟାସ୍‌ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.