Below header

ମୋଦି ସର୍‌ନେମ ମାମଲା: ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ନିମ୍ନ ଅଦାଲତଙ୍କ ଶୁଣାଣି ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମୋଦି ସରନେମ୍ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ପାଟନା ହାଇକୋର୍ଟ ତାଙ୍କ ବିରୋଧରେ ନିମ୍ନ ଅଦାଲତର ଶୁଣାଣି ପ୍ରକ୍ରିୟା ଉପରେ ରୋକ୍‌ ଲଗାଇ ଦେଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମୋଦି ସରନେମ୍ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ପାଟନା ହାଇକୋର୍ଟ ତାଙ୍କ ବିରୋଧରେ ନିମ୍ନ ଅଦାଲତର ଶୁଣାଣି ପ୍ରକ୍ରିୟା ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ଆଉ ହାଜର ହେବା ପାଇଁ ବିହାର ଆସିବାକୁ ପଡିବ ନାହିଁ।

ପାଟନା ହାଇକୋର୍ଟଙ୍କ ଜଷ୍ଟିସ ସନ୍ଦୀପ କୁମାରଙ୍କ ଏକକ ପୀଠ ସୋମବାର ଏହି ମାମଲାର ଶୁଣାଣି କରି ଆସନ୍ତା ମେ’ ୧୫କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛି।

ମୋଦି ସରନେମ୍‌ ଉପରେ ଦେଇଥିବା ବୟାନକୁ ନେଇ ପାଟନାର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଏପ୍ରିଲ ୨୫ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପାଟନା ହାଇକୋର୍ଟଙ୍କ ଦ୍ୱାରା ଲଗାଯାଇଥିବା ରୋକ୍‌ ପରେ ଏବେ ରାହୁଲଙ୍କୁ ଏପ୍ରିଲ ୨୫ରେ ହାଜର ହେବାକୁ ପଡ଼ିବ ନାହିଁ।

କ’ଣ ରହିଛି ମାମଲା

କର୍ଣ୍ଣାଟକରେ ମୋଦି ସର୍‌ନେମକୁ ନେଇ ରାହୁଲ ଦେଇଥିବା ବୟାନ ଉପରେ ବିଜେପି ସାଂସଦ ସୁଶୀଲ କୁମାର ମୋଦି ୨୦୧୯ରେ ମାନହାନି ମାମଲା ଦାୟର କରିଥିଲେ। ପାଟନାର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଏପ୍ରିଲ ୨୫ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.