ଖେଳ ମଝିରେ ପତ୍ନୀଙ୍କୁ ଦେଖି ପଡିଆରୁ ଫ୍ଲାଇଂ କିସ୍‌ କଲେ ବିରାଟ କୋହଲି, ଲାଜେଇ ଗଲେ ପତ୍ନୀ ଅନୁଷ୍କା : ଫଟୋ ଭାଇରଲ

ବିରାଟଙ୍କ ମ୍ୟାଚ ଦେଖିବାକୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଥିଲେ ପତ୍ନୀ ଅନୁଷ୍କା । ଆଉ ପଡିଆରୁ ପତ୍ନୀଙ୍କୁ ସମସ୍ତଙ୍କ ସାମ୍ନାରେ କିସ୍‌ କଲେ ବିରାଟ । ବିରାଟଙ୍କ କିସ୍‌ ପାଇବା ପରେ ଲାଜେଇ ଗଲେ ପତ୍ନୀ ଅନୁଷ୍କା ।

ଆଇପିଏଲ୍‌ ୨୦୨୩ରେ ଗତକାଲି ମ୍ୟାଚରେ ଆରସିବି ସହିତ ରାଜସ୍ଥାନ ରୟାଲ୍ସର ମ୍ୟାଚରେ ଦେଖିବାକୁ ମିଳିଛି ବିରାଟ କୋହଲିଙ୍କ କିସ୍‌ । ଷ୍ଟାଡିୟମ ଷ୍ଟାଣ୍ଡରେ ବସିଥିବା ପତ୍ନୀ ଅନୁଷ୍କାଙ୍କୁ ସମସ୍ତଙ୍କ ସାମ୍ନାରେ କିସ୍‌ କରିଥିବା ଦେଖିବାକୁ ମିଳିଛନ୍ତି । ଆଉ ପତି ବିରାଟଙ୍କ ଠାରୁ କିସ୍‌ ମିଳିବା ପରେ ଲାଜେଇ ଯାଇଛନ୍ତି ଅନୁଷ୍କା ।

ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ରହିଥିଲା । ଆଉ ଅନୁଷ୍କା ବିରାଟଙ୍କ ମ୍ୟାଚ ଦେଖିବା ପାଇଁ ମଇଦାନରେ ପହଞ୍ଚି ସ୍ୱାମୀ ବିରାଟଙ୍କୁ ଉତ୍ସାହିତ କରିଥିଲେ । ଆଉ ଏହି ସମୟରେ ବିରାଟ ସମସ୍ତଙ୍କ ସାମ୍ନାରେ ଫ୍ଲାଇଂ କିସ୍‌ କରିଥିଲେ ।

ପଡିଆରୁ ବିରାଟଙ୍କ ଏଭଳି ପ୍ରତିକ୍ରିୟା ଦେଖି ଅନୁଷ୍କା ଲାଜେଇ ଯାଇଥିଲେ । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ, ଗତକାଲି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନ୍ରେ ପରାସ୍ତ କରିଥିଲା। ଆରସିବି ଦେଇଥିବା ୧୯୦ ରନର ଟାର୍ଗେଟକୁ ରାଜସ୍ଥାନ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୮୨ ରନ କରିଥିଲା ।

ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ବିରାଟ କୋହଲିଙ୍କ ବାଙ୍ଗାଲୋର ଟିମ୍ ଗ୍ଲେନ ମେକ୍ସୱେଲ ଓ ଫାପ୍ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା। ଏହାର ଯବାବରେ ରାଜସ୍ଥାନ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୮୨ ରନ ହିଁ କରିପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.