ବ୍ୟାଙ୍କ ଖାତାକୁ କେଉଁଠୁ ଆସିଲା ଜନଧନରେ ଟଙ୍କା

ନୂଆଦିଲ୍ଲୀ : ସାରାଦେଶରେ ଏବେ ନିର୍ବାଚନ ମାହୋଲ । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ କମିଶନଙ୍କ ତରଫରୁ କଡା ନଜର ରହିଛି ସବୁ ରାଜନୈତିକ ଦଳ ଉପରେ । ହେଲେ ଏହି ସମୟରେ ଏକ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ମୁରାଦାବାଦ ଅଞ୍ଚଳରେ ହଠାତ ଅଢେଇ ହଜାର ଲୋକଙ୍କ ଜନଧନ ଆକାଉଣ୍ଟରେ ୧୦,୭୦୦ଟଙ୍କା ଜମା ହେବାରେ ଲାଗିଲା । ଏ ଖବର ବିଦ୍ୟୁତ ବେଗରେ ବ୍ୟାପିଗଲା ସ୍ଥାନୀୟ ଅଞ୍ଚଳରେ । ଆଉ ଲୋକଙ୍କ ମଧ୍ୟରେ ହଇଚଇ ଖେଳିଗଲା । ସମସ୍ତେ ହାତରେ ପାସବୁକ ଧରି ବ୍ୟାଙ୍କରେ ଧାଡି ଲଗାଇଦେଲେ ।ଭିଡ ଏତେ ମାତ୍ରାରେ ବଢିଗଲା ଯେ ଲେକାଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାଙ୍କ ବାଲା ନକେଦମ ହୋଇଯାଇଥିଲେ ଶେଷରେ ବ୍ରାଞ୍ଚ ବନ୍ଦ କରିବାକୁ ପଡିଥିଲା । ବ୍ରାଞ୍ଚ ବନ୍ଦ ହେବା ଦେଖି କିଛି ଲୋକ ଗଣ୍ଡଗୋଳ ମଧ୍ୟ କରିଥିଲେ । ତେବେ ଟଙ୍କା କେଉଁଠୁ ଆସିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।