ଭାଇଜାନଙ୍କ ବଡ଼ ହୃଦୟ, ବଲିଉଡରେ କାମ ନମିଳିବାରୁ ସରୋଜଙ୍କୁ ସାହାଯ୍ୟର ହାତ ବଢାଇଲେ ସଲମାନ୍

୯୦ ଦଶକର ସବୁଠାରୁ ଲୋକପ୍ରିୟ କୋରିଓଗ୍ରାଫର୍ ସରୋଜ ଖାନ୍ । ନିଜ କ୍ୟାରିୟର୍ ମଧ୍ୟରେ ଏଯାଏଁ ତିନି ଥର ନ୍ୟାସନାଲ୍ ଆୱାର୍ଡ ପାଇ ସାରିଛନ୍ତି ସରୋଜ । ମାଧୁରୀଙ୍କ ଏକ ଦୋ ତିନ୍ ହେଉ ବା ଧକ୍ ଧକ୍ କର ନେ ଲଗା ହେଉ କିମ୍ବା ଶ୍ରୀଦେବୀଙ୍କ କାଟେ ନେହିଁ କଟ ତେ ହେଉ, ସବୁଥିରେ ଦେଖିବାକୁ ମିଳିଛି ସରୋଜଙ୍କ ପରଫେକ୍ଟ ଡ୍ୟାନ୍ସ ମୁଭ୍ ସହ ଜବରଦସ୍ତ ଏକ୍ସପ୍ରେସନ୍ । ଯାହାକୁ ଆଜି ବି ଶୁଣିଲେ ପାଦ ନହଲେଇ ରହିପାରିବେନି ଦର୍ଶକ ।

କିନ୍ତୁ ଏବେ ଭଲ ନାହିଁ ସରୋଜ ସମୟ । ଏକ ପୋଷ୍ଟ ସେୟାର୍ କରିଛନ୍ତି ଯେଉଁଥିରୁ ଏହା ସ୍ପଷ୍ଟ ଜଣା ପଡୁଛି । ସେ କହିଛନ୍ତି କେମିତି ତାଙ୍କୁ ଫିଲ୍ମରୁ ଆଉଟ୍ କରିଦିଆଯାଉଛି ଏବଂ ତାଙ୍କ ସ୍ଥାନରେ ଆଉ କାହାକୁ ନିଆ ଯାଉଛି । ଏପରିକି ଫିଲ୍ମ ଠଗ୍ସ ଅଫ୍ ହିନ୍ଦୋସ୍ତାନରେ କ୍ୟାଟରିନାଙ୍କ ପାଇଁ ତାଙ୍କୁ ବାହାର କରିଦିଆଗଲା । ଏହାପରେ ତାଙ୍କୁ ବଲିଉଡରେ କେହି କାମ ଦେଉନାହାଁନ୍ତି ବୋଲି କହିଥିଲେ ସରୋଜ ।

ତେବେ ସରୋଜଙ୍କ ଏହି ଖରାପ ସମୟରେ ହାତ ବଢାଇଛନ୍ତି ଭାଇଜାନ୍ । ସରୋଜ୍ ଖାନଙ୍କୁ କାମ ଦେବା ପାଇଁ କଥା ଦେଇଛନ୍ତି ସଲମାନ୍ । ଏକ ରିପୋର୍ଟ ମୂତାବକ, ନିକଟରେ ସରୋଜଙ୍କୁ ଦେଖା କରିଥିଲେ ସଲମାନ୍ । ଆଉ ଏହି ସାକ୍ଷାତକାର ସମୟରେ ଏବେ କଣ କରୁଛ ବୋଲି ସରୋଜଙ୍କୁ ପଚାରିଥିଲେ ଭାଇଜାନ୍ । ଏଥିରେ ସରୋଜ୍ କହିଥିଲେ ଏବେ ମୋ ପାଖରେ କୌଣସି ଫିଲ୍ମ ନାହିଁ । ତେଣୁ ଯୁବ ଅଭିନେତ୍ରୀ ମାନଙ୍କୁ କ୍ଲାସିକାଲ୍ ଡ୍ୟାନ୍ସ ଶିଖାଉଛି । ବାସ୍ ଏତିକି ଶୁଣି ସଲମାନ୍ କହିଥିଲେ ତୁମେ ଏଣିକି ମୋ ସହ କାମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.