ଚୁକ୍ତିନାମାରେ ଦସ୍ତଖତ କରିବା ପରେ ହିଁ ନିର୍ବନ୍ଧ କଲେ ହ୍ୟାଣ୍ଡ୍‌ସମ୍‌ IAS ଅତହର ଅମୀର, ରହିଛି ଏସବୁ ସର୍ତ୍ତ

ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ସବୁଠୁ ହ୍ୟାଣ୍ଡ୍‌ସମ୍‌ ଆଇଏଏସ୍‌ ତଥା ଟିନା ଡାବିଙ୍କ ପୂର୍ବ ସ୍ୱାମୀ ଅତହର ଅମୀର ଖାନ୍‌। ନିକଟରେ ସେ ଡକ୍ଟର ମେହରୀନ କାଜୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଅକ୍ଟୋବରରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବେ। ଉଭୟଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଅତହରଙ୍କ ଶାଳୀମାନେ ଭିଣୋଇଙ୍କୁ କିଛି ସର୍ତ୍ତରେ ମଧ୍ୟ ହସ୍ତାକ୍ଷର କରାଇଛନ୍ତି, ଯାହା ବେଶ୍‌ ମଜାଦାର ରହିଛି।

ନିର୍ବନ୍ଧ ବେଳର ଏକ ମଜାଳିଆ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଅତହର ଏକ ଏନ୍‌ଗେଜ୍‌ମେଣ୍ଟ କଣ୍ଟ୍ରାକ୍ଟରେ ସାଇନ୍‌ କରୁଥିବାର ନଜର ଆସିଛନ୍ତି। ଏହି କଣ୍ଟ୍ରାକ୍ଟକୁ ତାଙ୍କ ଶାଳୀମାନେ ତିଆରି କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି କଣ୍ଟ୍ରାକ୍ଟରେ ଲେଖାଅଛି ଯେ ଅତହର ସବୁବେଳେ ସ୍ୱୀକାର କରିବେ ଯେ ମେହରୀନଙ୍କର ସବୁ କଥା ଠିକ୍‌। ସେ ବର୍ଷକୁ ୨-୩ ଥର ବିଦେଶ ବୁଲାଇ ନେବେ। ମେହରୀନ ଯାହା ଚାହିଁବେ ସବୁ କିଣାଇଦେବେ ଇତ୍ୟାଦି। ଅତହର ମଧ୍ୟ ଖୁସିରେ ଏହି କଣ୍ଟ୍ରାକ୍ଟରେ ସାଇନ୍‌ କରିଛନ୍ତି।

ସୂଚନାଯୋଗ୍ୟ ଯେ ଅତହରଙ୍କ ଭଳି ମେହରୀନ୍‌ ମଧ୍ୟ କାଶ୍ମୀରର ବାସିନ୍ଦା। ନିର୍ବନ୍ଧ ବେଳେ ଏହି କପଲ ବେଶ୍‌ କ୍ଲାସି ନଜର ଆସିଥିଲେ। ପ୍ରକାଶ ଯେ ଅତହରଙ୍କର ଏହା ଦ୍ୱିତୀୟ ବିବାହ। ତାଙ୍କ ପ୍ରଥମ ବିବାହ ୟୁପିଏସ୍‌ସି ବ୍ୟାଚ୍‌ ୨୦୧୬ର ଟପ୍ପର ଟିନା ଡାବିଙ୍କ ସହ ହୋଇଥିଲା। ୨୦୧୮ ମସିହାରେ ହୋଇଥିବା ଏହି ବିବାହ ବେଶ୍‌ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା। ୨୦୨୦ରେ ହିଁ ଉଭୟେ ଛାଡ଼ପତ୍ର ନେଇଥିଲେ।

ଟିନା ଡାବୀ ମଧ୍ୟ ଚଳିତବର୍ଷ ଏପ୍ରିଲରେ ଆଇଏଏସ୍‌ ପ୍ରଦୀପ ଗଓ୍ଵାଣ୍ଡେଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି। ଟିନାଙ୍କ ଏହି ବିବାହ ମଧ୍ୟ ଚର୍ଚ୍ଚାରେ ରହିଥିଲା। ପ୍ରଦୀପ ବୟସରେ ଟିନାଙ୍କ ଠାରୁ ୧୩ ବର୍ଷ ବଡ଼। ଉଭୟେ ନିକଟରେ ଛୁଟି କାଟିବାକୁ ଗୋଆ ଯାଇଥିଲେ। ଉଭୟଙ୍କ ହନିମୁନ୍‌ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

Also Read: କାଳୀ ପୋଷ୍ଟର ପରେ ମହାଦେବଙ୍କୁ ଅସମ୍ମାନ, ଭାଇରାଲ ହେଉଛି ଶିବଙ୍କ ସିଗାରେଟ୍‌ ଟାଣୁଥିବା ବ୍ୟାନର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.