ପାକିସ୍ତାନ : ଆଉ ଜଣେ ଆତଙ୍କବାଦୀର ସନ୍ଦେହଜନକ ମୃତ୍ୟୁ,ଜମ୍ମୁ କାଶ୍ମୀର ଆକ୍ରମଣରେ ଥିଲା ସାମିଲ

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚିମାର ମୃତ୍ୟୁ ପରେ ପୁଣି ଜଣେ ଆତଙ୍କବାଦୀ ଶେଖ ଜମିଲ-ଉର-ରହମାନଙ୍କ ମୃତ୍ୟୁ ହୋଇଛି । ଖେବର ପଖତୁନଖ୍ଵାର ଅବଟାବାଦରେ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେ କାଶ୍ମୀରର ପୁଲଓ୍ଵାମାରେ ରହୁଥିଲା । ଜମ୍ମୁ-କାଶ୍ମୀରରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ସାମିଲ୍ ଥିଲା ।

ପାକିସ୍ତାନରେ ଗତ ଦୁଇଦିନ ହେଲାଣି ହାର୍ଡକୋର ଆତଙ୍କବାଦୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚିମାର ମୃତ୍ୟୁ ପରେ ପୁଣି ଜଣେ ଆତଙ୍କବାଦୀ ଶେଖ ଜମିଲ-ଉର-ରହମାନଙ୍କ ମୃତ୍ୟୁ ହୋଇଛି । ଖେବର ପଖତୁନଖ୍ଵାର ଅବଟାବାଦରେ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ରହମାନ ୟୁନାଇଟେଡ ଜିହାନ କାଉନସିଲର ମହାସଚିବ ଏବଂ ତହରିକ-ଉଲ-ମୁଜାହିଦିନ ମୁଖ୍ୟ ଥିଲା । ସେ କାଶ୍ମୀରର ପୁଲଓ୍ଵାମାରେ ରହୁଥିଲା । ଜମ୍ମୁ-କାଶ୍ମୀରରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ସାମିଲ୍ ଥିଲା ।

୨୦୨୨ ଅକ୍ଟୋବରରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଆତଙ୍କବାଦୀ ଘୋଷଣା କରାଯାଇଥିଲା । ତେବେ ଆତଙ୍କବାଦୀର ମୃତ୍ୟୁର କାରଣ ଏଯାଏଁ ଜଣାପଡିନାହିଁ । ତେବେ ଗତ କିଛିମାସ ହେଲାଣି ପାକିସ୍ତାନରେ ରହସ୍ୟମୟ ଭାବେ କେତେକ ଆତଙ୍କବାଦୀଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିଛି ।

୨୬/୧୧ ମୁମ୍ବାଇ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଲସକର-ଇ-ତୋଇବା ଗୁଇନ୍ଦା ମୁଖ୍ୟ ଆଜମ ଚିମାର ମୃତ୍ୟୁ । ପାକିସ୍ତାନର ଫୈଜଲାବାଦରେ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ୨୦୦୬ ଜୁଲାଇରେ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାର ପ୍ରମୁଖ ଷଡଯନ୍ତ୍ରକାରୀ ହେଉଛି ଚିମା । ଟ୍ରେନ ବିସ୍ଫୋରଣ ମାମଲାରେ ୧୮୮ ଲୋକଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୮୦୦ ଲୋକ ଆହତ ହୋଇଥିଲେ । ୨୦୦୦ ମସିହା ପ୍ରାରମ୍ଭରେ ଚିମା ପାକିସ୍ତାନର ବାହାୱଲପୁରରେ ସେ ରହୁଥିଲା । ତାକୁ ଏକ ଲ୍ୟାଣ୍ଡ କ୍ରୁଇଜରରେ ୬ଜଣ ବଡିଗାର୍ଡଙ୍କ ସହ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ୨୦୦୮ରେ ସେ ବାହାୱଲପୁରରେ ଲସକର-ଇ-ତୋଇବା ପାଇଁ କମାଣ୍ଡର ଭାବେ କାମ କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.