ବନ୍ଦ ଘରେ ସଢୁଥିଲା ମା’ ଓ ଝିଅଙ୍କ ମୃତଦେହ, ଦୁର୍ଗନ୍ଧ ଆସିବାରୁ ପୋଲିସକୁ ଖବର ଦେଲେ ପଡୋଶୀ

ଦିଲ୍ଲୀର କୃଷ୍ଣା ନଗରର ଏକ ଫ୍ଲାଟ୍‌ରେ ବନ୍ଦ ଘରେ ସଢୁଥିଲା ମା’ ଝିଅଙ୍କ ମୃତଦେହ । କେମିତି ମୃତ ହେଲା କେହି ଜାଣିନାହାନ୍ତି । ବନ୍ଦ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ ।

ବନ୍ଦ ଘରେ ସଢୁଥିଲା ମା’ ଏବଂ ଝିଅର ମୃତଦେହ । ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେବା ପରେ ସତ ସାମ୍ନାକୁ ଆସିଥିଲା । ଦିଲ୍ଲୀର କୃଷ୍ଣା ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରଥମ ମହଲାରେ ଥିବା ଏକ ଫ୍ଲାଟ କିଛିଦିନ ବନ୍ଦ ରହିଥିବା ବେଳେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଆଉ ପୋଲିସ ପହଞ୍ଚି କବାଟ ଖୋଲିବା ପରେ ଘରେ ମା’ ଏବଂ ଝିଅର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା ।

ପୋଲିସ ମୁତାବକ, ଦିଲ୍ଲୀର କୃଷ୍ଣା ନଗରରେ ମା’ ଝିଅ ଏକ ଫ୍ଲାଟରେ ରହୁଥିଲେ । କିଛିଦିନ ଫ୍ଲାଟ ବନ୍ଦ ରହିଥିବା ବେଳେ ପଡୋଶୀ ସନ୍ଦେହ କରିଥିଲେ । କିନ୍ତୁ ଘରେ ଡବଲ ଲକ୍‌ ସିଷ୍ଟମ ରହିଥିବାରୁ କେହି କିଛି କରିପାରୁନଥିଲେ । କିଛିଦିନ ପରେ ଘରୁ ଦୁର୍ଗନ୍ଧ ଆସିବା ପରେ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ଘର କବାଟ ଖୋଲିବା ପରେ ଦୁଇ ଜଣ ମହିଳାଙ୍କ ଶବ ଦେଖିବାକୁ ପାଇଥିଲା । ଏମାନେ ମା’ ଝିଅ ବୋଲି ଜଣାପଡିଥିଲା । ମା’ଙ୍କ ନାମ ରାଜରାଣୀ(୬୪) ବର୍ଷ ହୋଇଥିବା ବେଳେ ଝିଅର ନାମ ଗିନ୍ନି ବୋଲି ସୂଚନା ମିଳିଛି ।

ତେବେ ପୋଲିସ ଦୁହିଁଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ମାମଲାର ତଦନ୍ତ କରୁଛି । ପୋଲିସ ପ୍ରତ୍ୟେକ କୋଣରୁ ତଦନ୍ତ କରୁଛି । ତେବେ ଘରେ ଡବଲ ଲକ୍‌ ସିଷ୍ଟମ ଥିବା ବେଳେ ଆଉ କିଏ ପଶିବା ଅସମ୍ଭବ । ପୋଲିସକୁ କିଛି ପ୍ରମାଣ ମିଳିଛି । ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍‌ ଗଠନ କରିଛି । ତେଣୁ ଖୁବଶୀଘ୍ର ହତ୍ୟାକାରୀ ଧରାପଡିବ ବୋଲି ପୋଲିସ କହିଛି ।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଜଣେ ଯୁବକ ୧୬ ବର୍ଷୀୟ ନାବାଳିକାଙ୍କୁ ୪୦ ଥର ଛୁରୀ ଆକ୍ରମଣ କରି ପଥରରେ ଛେଚି ହତ୍ୟା କରିବାର ଭିଡିଓ ସାମ୍ନାକୁ ଆସିଥିଲା । କିଭଳି ନୃଶଂସ ହୋଇ ଯୁବକ ଜଣକ ହତ୍ୟା କରିଚାଲିଛି । ପାଖରେ ଲୋକେ ଯିବା ଆସିବା କରୁଥିଲେ ମଧ୍ୟ କେହି ନାବାଳିକାକୁ ବଞ୍ଚାଇନଥିଲେ । ପୋଲିସ ଏହି ଘଟଣାରେ ହତ୍ୟାକାରୀ ସାହିଲକୁ ଗିରଫ ମଧ୍ୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.