ପୁଣି ଥରେ ବଢିବ କେନ୍ଦ୍ରୀୟ କର୍ମଚାରୀଙ୍କ DA!

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢାଇବାକୁ ନେଇ ଖୁସି ଖବର ମିଳିପାରେ । ସୂଚନା ଅନୁସାରେ, ସରକାର ୨୦୨୩ ବର୍ଷର ଦ୍ୱିତୀୟ ଛଅ ମାସ ପାଇଁ ଡିଏ ବଢାଇ ପାରନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ DA ବଢ଼ିବାକୁ ନେଇ ସରକାର ନେଇ ପାରନ୍ତି ବଡ଼ ନିଷ୍ପତ୍ତି , ଦରମାରେ ଲାଗିବ ବମ୍ପର ଲଟେରୀ

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢାଇବାକୁ ନେଇ ଖୁସି ଖବର ମିଳିପାରେ । ସୂଚନା ଅନୁସାରେ, ସରକାର ୨୦୨୩ ବର୍ଷର ଦ୍ୱିତୀୟ ଛଅ ମାସ ପାଇଁ ଡିଏ ବଢାଇ ପାରନ୍ତି । କର୍ମଚାରୀମାନେ ବର୍ତ୍ତମାନ ୨.୫୭ ପ୍ରତିଶତ ଫିଟମେଣ୍ଟ ଫ୍ୟାକ୍ଟର୍ ପାଇଛନ୍ତି। ଯଦି ଫିଟମେଣ୍ଟ ଫ୍ୟାକ୍ଟର ବଢିବା ନେଇ ଘୋଷଣା କରାଯାଏ, ତେବେ କର୍ମଚାରୀଙ୍କ ବେସିକ ପେ ବଢିବ । ଏହା ଉପରେ ସରକାରଙ୍କ ତରଫରୁ ବେସିକ ସାଲେରୀରେ ପରିବର୍ତ୍ତନ ହୋଇ ଦରମା ବଢିପାରେ ।

ବର୍ତ୍ତମାନ ୪୨୦୦ ଟଙ୍କା ଗ୍ରେଡ ପେ ର କର୍ମଚାରୀଙ୍କ ବେସିକ ସାଲାରୀ ୧୫,୫୦୦ ଟଙ୍କା ମିଳୁଛି । ସେହିପରି ତାର ମୂଳ ବେତନ ୩୯ ୮୩୫ ଟଙ୍କା । କର୍ମଚାରୀମାନେ ଦାବି କରିଛନ୍ତି ଯେ ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ବଢାଇ ୩.୬୮ ପ୍ରତିଶତ କରାନ୍ତୁ । ଯଦି ଏତିକି ବଢିବ ତେବେ ନ୍ୟୁନତମ ବେତନ ୧୮,୦୦୦ ଟଙ୍କାରୁ ବଢି ୨୬,୦୦୦ ଟଙ୍କା ହୋଇଯିବ ।

ଯଦି କେନ୍ଦ୍ର କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତ ହୋଇଯିବ ତେବେ ତାଙ୍କ ସାଲାରୀ ମଧ୍ୟ ବୃଦ୍ଧି ହେବ । ମନେକର କର୍ମଚାରୀଙ୍କ ବେସିକ ସାଲାରୀ ୧୮,୦୦୦ ଟଙ୍କା, ତେବେ ୪୨ ପ୍ରତିଶତ ହିସାବରେ ଡିଏ ୭୫୬୦ ଟଙ୍କା ହେଉଛି । ଯଦି ଡିଏ ୪୬ ପ୍ରତିଶତ ବଢେ ତେବେ ଏହା ୮୨୮୦ ଟଙ୍କା ହୋଇଯିବ । ଅର୍ଥାତ ପ୍ରତି ମାସରେ ସାଲାରୀ ୭୨୦ ଟଙ୍କା ହୋଇଯିବ । ଚଳିତ ବର୍ଷ ଅଗଷ୍ଟ ମାସରେ ସରକାର ଦରମା ବଢାଇବାର ଘୋଷଣା କରିପାରନ୍ତି ।

ଏହା ବ୍ୟତୀତ ସରକାର ଦ୍ୱିତୀୟାର୍ଦ୍ଧ ପାଇଁ ମହଙ୍ଗା ଭତ୍ତା ଡିଏ ଏବଂ ମହଙ୍ଗା ରିଲିଫ୍ DR କୁ ଚାରି ପ୍ରତିଶତ ବୃଦ୍ଧି କରିବେ ବୋଲି ଶୁଣିବାକୁ ମିଳିଛି । ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ସରକାର DA ଏବଂ DRକୁ ଚାରି ପ୍ରତିଶତ ବୃଦ୍ଧି କରିଛନ୍ତି। ଯଦି ଚାରି ପ୍ରତିଶତ ବୃଦ୍ଧି ହୁଏ, ତେବେ ଡିଏ ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇବ। କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ। ମାର୍ଚ୍ଚ ୨୦୨୨ରେ ସରକାର କର୍ମଚାରୀଙ୍କ DA କୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ। ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହା ପରେ DA ରେ ଦୁଇଥର ଚାରି ପ୍ରତିଶତ ବୃଦ୍ଧି ଘଟିଛି।

ଯଦି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତ ହୋଇଯାଏ, ତେବେ ସେମାନଙ୍କର ଦରମା ମଧ୍ୟ ବୃଦ୍ଧି ପାଇବ। ଧରାଯାଉ ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କ ମୂଳଦରମା ହେଉଛି ୧୮ ହଜାର ଟଙ୍କା। ଯଦି ଆମେ ୪୨ ପ୍ରତିଶତ ଦେଖିବା, ତେବେ DA ୭୫୬୦ ଟଙ୍କା ହୋଇଯାଏ। ଅନ୍ୟପକ୍ଷରେ ଯଦି ଦ୍ୱିତୀୟାର୍ଦ୍ଧରେ ଡିଏ ୪୬ ପ୍ରତିଶତକୁ ବୃଦ୍ଧି ହୁଏ, ତେବେ ଏହା ୮୨୮୦ ଟଙ୍କା ହେବ। ଅର୍ଥାତ୍ ବେତନରେ ମାସକୁ ୭୨୦ ଟଙ୍କା ବୃଦ୍ଧି ହେବ। ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଦ୍ୱିତୀୟାର୍ଦ୍ଧ ପାଇଁ ଡିଏରେ ବୃଦ୍ଧିକୁ ସରକାର ଅନୁମୋଦନ କରିଛନ୍ତି। କିନ୍ତୁ ଏଥର ଅଗଷ୍ଟ ମାସରେ ଘୋଷଣା ହେବାର ସମ୍ଭାବନା ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.