ଧନ୍ୟ ସେ ମା ଧନ୍ୟ ସେ ଝିଅ, ଏକା ସାଙ୍ଗରେ ପୋଲିସ୍‌ ପରୀକ୍ଷାରେ ପାସ୍‌

କେନ୍ୟୁଜ୍(ବ୍ୟୁରୋ): ଧନ୍ୟ କହିବ ସେ ମାଆ ଆଉ ଝିଅଙ୍କୁ ଯିଏ ଏକା ସାଙ୍ଗରେ ମିଶି ବଡ଼ କାରନାମା କରିଛନ୍ତି । ମା’ ଝିଅ ସାଙ୍ଗ ହୋଇ ପାସ କରିଛନ୍ତି ପୋଲିସ ଫିଟନେସ ଟେଷ୍ଟ । ତେଲେଙ୍ଗାନା ଖାମମ ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି । ପୋଲିସ ଗ୍ରାଉଣ୍ଡରେ ଚାଲିଥିବା ଫିଜିକାଲ ଫିଟନେସ ପରୀକ୍ଷାରେ ଉଭୟ ବଢ଼ିଆ ମାର୍କ ସହ ପାସ କରିଛନ୍ତି । ଏହାପରେ ମା’ ଝିଅ ସବ୍‌ଇନିସପେକ୍ଟର ପଦବୀ ପାଇଁ ତାଲିମ ନେବେ । ମା’ ଥୋଲ୍ଲା ନାଗମଣି ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି । ନାଗମଣିଙ୍କ ଝିଅ ଥୋଲ୍ଲା ତ୍ରିଲୋକିନିଙ୍କୁ ୨୧ ବର୍ଷ ବୟସ । ମା’ଙ୍କ ଭଳି ପୋଲିସ ବିଭାଗରେ ଯୋଗ ଦେବାପାଇଁ ଦୀର୍ଘ ଦିନରୁ ପ୍ରସ୍ତୁତି ଚଲାଇଥିଲେ ତ୍ରିଲୋକିନି । ଏବେ ତାଙ୍କୁ ସଫଳତା ମିଳିଛି । ଏହା ସହ ତାଙ୍କ ମା’ ମଧ୍ୟ ଝିଅ ସହିତ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯେଉଁଥି ପାଇଁ ବେଶ ଖୁସି ଅଛନ୍ତି ଝିଅ ତ୍ରିଲୋକିନି ।

ଉଭୟ ଏକାସାଙ୍ଗରେ ପରୀକ୍ଷାରେ ପାସ ହେବା ପରେ ସାରା ପରିବାରରେ ଖୁସି ଦେଖା ଦେଇଛି । ନାଗମଣି କହିଛନ୍ତି ମୁଁ ମୋ ଝିଅ ପାଇଁ ଗର୍ବ ଅନୁଭବ କରୁଛି । ଆମେ ଉଭୟେ ଏବେ ପୋଲିସ ଅଫିସର ଭାବେ କାର୍ଯ୍ୟ କରିବୁ । ଯାହା ମୋତେ ବହୁତ ଖୁସି ଆଣିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.