୮ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କଲା ମା’ ! ଲୋକେ କହିଲେ କେହି ଏତେ ନିର୍ଦ୍ଦୟୀ କିପରି ହୋଇପାରିବ

ଉତ୍ତର ପ୍ରଦେଶର କନୌଜ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୮ ମାସର ନିଷ୍ପାପ ଶିଶୁକୁ ମା’ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଝିଅ ପୋଲିସ ନିକଟରେ ଅଭିଯୋଗ କରିଛି। ପୋଲିସ ଅଭିଯୁକ୍ତ ମା’କୁ ଅଟକ ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପୋଲିସ ମାମଲା ରୁଜୁ କରିବାକୁ କହିଥିବା ବେଳେ ସେପଟେ ବ୍ୟବଚ୍ଛେଦ ରିପୋର୍ଟରୁ ଶିଶୁକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି।

crime child

ମହିଳା ଜଣକ ଏଠାରେ ତାଙ୍କର ୩ ପିଲାଙ୍କ ସହ ରୁହନ୍ତି। ସକାଳେ ୮ ମାସର ଶିଶୁପୁତ୍ରର ସନ୍ଦେହଜନକ ମ୍‌ତ୍ୟୁ ହେବା  ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ହୋହଲ୍ଲା କରିଥିଲେ। ତେବେ ପୁଅର ମ୍‌ତ୍ୟୁ ପରେ ମହିଳାଙ୍କ ପାଟିଶୁଣି ପାଖରେ ରହୁଥିବା ତାଙ୍କ ଶାଶୁ ପ୍ରଥମେ ଦୌଡ଼ି ଆସିବାରୁ ଘଟଣା ବିଷୟରେ ଜଣାପଡ଼ିଥିଲା।

child son

ମହିଳାଙ୍କ ୪ ବର୍ଷର ଝିଅ ନିଜ ଜେଜେବାପା ଓ ଜେଜେମା’ଙ୍କୁ କହିଥିଲା ଯେ ସକାଳୁ ମା’ ବହୁତ ରାଗିକି ଥିଲେ। ସେ ତାଙ୍କ ଛୋଟ ଭାଇକୁ ତଣ୍ଟି ଚିପି ମାରିଦେଲେ। ଏହାଶୁଣି ପରିବାର ଲୋକେ ମହିଳାଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ।

ଏହାସହ ପଢ଼ନ୍ତୁ: ଆତ୍ମହତ୍ୟା କରିଥିଲେ, ଜୀବିତ ଅବସ୍ଥାରେ ଠାବ କଲା ପୋଲିସ, ପଢ଼ନ୍ତୁ ଏହି ରୋଚକ ଘଟଣା

ଇନ୍ସପେକ୍ଟର ବଳରାମ ମିଶ୍ର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ କାବୁ କରିଥିଲେ। ମହିଳା ଜଣକ ପୋଲିସକୁ କହିଥିଲେ ତାଙ୍କ ପୁଅ ୩ ଦିନ ଧରି ଭୋକିଲା ଥିଲା। ତାଙ୍କୁ କ୍ଷୀର ମିଳୁ ନ ଥିଲା। ଆଜି ସେ ପୁଅକୁ ଲେମ୍ବୁ ଓ ଚିନି ପାଣି ପିଆଇଥିଲେ। ବୋଧ ହୁଏ ଏହି କାରଣରୁ ପୁଅର ମ୍‌ତ୍ୟୁ ହୋଇଗଲା।

son death

ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ଶାଶୁଘର ଲୋକ ଶିଶୁପୁତ୍ରର ଆଦୌ ଯତ୍ନ ନେଉ ନ ଥିଲେ। ଏହି ସମୟରେ ସ୍ବାମୀ ମୁମ୍ବାଇ ଚାଲି ଗଲେ। ଘର ଲୋକ ତାଙ୍କ ସହିତ କୌଣସି ସମ୍ପର୍କ ରଖୁ ନ ଥିଲେ। ଯେତେବେଳେ ପୁଅ ୩ଦିନ ହେବ ଭୋକରେ ଛଟପଟ ହେଉଥିଲା, ସେତେବେଳେ କାହାର ଟିକେ ଦୟା ହୋଇ ନ ଥିଲା। ଯେବେ ତା’ର ମ୍‌ତ୍ୟୁ ହୋଇଗଲା, ଏବେ ସମସ୍ତେ ସମବେଦନା ଜଣାଉଛନ୍ତି। ମୋତେ କାହାର ମିଥ୍ୟା ସମବେଦନା ଦରକାର ନାହିଁ। ଶାଶୁଘର ଲୋକ ତାଙ୍କ ଝିଅକୁ ଶିଖାଇ ମା’ ବିରୋଧରେ ହତ୍ୟା ଅଭିଯୋଗ ଲଗାଇଛନ୍ତି ବୋଲି ମହିଳା ଜଣକ ପୋଲିସ ଆଗରେ କହିଛନ୍ତି। ଅପରପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.