କାରରେ ବର୍ଷକର ପିଲାକୁ ରଖି ଭୁଲିଗଲା ମା’, ୯ ଘଣ୍ଟା ପରେ ଫେରିବା ପରେ ଝିଅ ମୃତ

୯ ଘଣ୍ଟା କାରରେ ରହିବା ଯୋଗୁଁ ଗରମରେ ଚାଲିଗଲା ବର୍ଷକର ଝିଅର ଜୀବନ । କାରରେ ଝିଅକୁ ଛାଡି ଭୁଲିଯାଇଥିଲା ମା’ । ଏଭଳି ଘଟଣା ଆମେରିକାରେ ଘଟିଛି ।

ମା’ ଭୁଲିଗଲା ମମତା । ବର୍ଷକର ଝିଅକୁ ୯ ଘଣ୍ଟା କାଳ କାରରେ ଛାଡି ଚାଲିଯାଇଥିଲା ମା’ । ଆଉ ଫେରିବା ବେଳକୁ କୁନି ଝିଅର ଜୀବନ ନଥିଲା । କଅଁଳ ପିଲାଟି ୯ ଘଣ୍ଟା କାଳ କାରରେ ଅଣନିଶ୍ୱାସୀ ହୋଇ ଶେଷରେ ଜୀବନ ହାରିଛି । ଏମିତି ଘଟଣା ଆମେରିକାରେ ଦେଖିବାକୁ ମିଳିଛି ।

ଖବର ମୁତାବକ, ମହିଳା ଜଣକ ଏକ ହସପିଟାଲ ବାହାରେ ଗାଡି ରଖି ସକାଳ ୮ଟାରେ ଯାଇଥିଲେ । ଆଉ ହସପିଟାଲରୁ ସନ୍ଧ୍ୟା ୫ ଟାରେ ବାହାରିବା ପରେ କାର ନିକଟକୁ ଯାଇଥିଲେ । କାର ଡୋର ଖୋଲି ଦେଖିବା ବେଳକୁ ତାଙ୍କ ଝିଅ ଆଉ ନଥିଲା । ସେ ସଙ୍ଗେ ସଙ୍ଗେ ଝିଅକୁ ହସପିଟାଲ ନେଇଥିଲେ କିନ୍ତୁ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାର ଭିତରର ତାପମାତ୍ରା ୩୭ ଡିଗ୍ରୀ ସେଲସିୟମ ରହିଥିଲା । ଭୀଷଣ ଗରମ ଯୋଗୁଁ ଝିଅର ମୃତ୍ୟୁ ହୋଇଥିଲା ।

ତେବେ ପିଲାଟିକୁ ମହିଳା ଜଣକ କେବଳ ପାଳିଥିଲେ । ଜନ୍ମ ଦେଇନଥିଲେ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟଖେଳାଇ ଦେଇଛି ।

ସୂଚନାଯୋଗ୍ୟ, ଆମେରିକାରେ ଏଭଳି ଘଟଣା ପୂର୍ବରୁ ଘଟିସାରିଛି । ଆଉ ଏକ ମାମଲାରେ ମାତା ପିତା ଦୁଇ ପିଲାକୁ କାରରେ ଛାଡି ଯାଇଥିଲେ । ୧୫ ଘଣ୍ଟା ପରେ ଆସିବା ପରେ ୪ ବର୍ଷର ପୁଅକୁ ବଞ୍ଚାଇ ପାରିଥିଲେ କିନ୍ତୁ ୨ ବର୍ଷର ଝିଅର ମୃତ୍ୟୁ ହୋଇଯାଇଥିଲା । ଗରମ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.