ମହାକାଶକୁ କଣ ନେଇ ଯାଇ ପାରିବେ ମହାକାଶ ଯାତ୍ରୀ?

ଯେଉଁ ବ୍ୟକ୍ତି ମହାକାଶ ଯାତ୍ରାର ଖର୍ଚ୍ଚ ଉଠାଇବାରେ ସମର୍ଥ ହୋଇଥିବେ ସେ ମହାକାଶ ଯାତ୍ରା କରି ପାରିବେ । ମହାକାଶ ଯାତ୍ରା ପାଇଁ ନାସା ବା କୌଣସି ସ୍ପେସ୍‌ ଏଜେନ୍ସି ର ବୈଜ୍ଞାନିକ ହେବା ଜରୁରୀ ନୁହେଁ । ଏହା ସମ୍ଭବ ହୋଇଛି ମହାକାଶ ପର୍ଯ୍ୟଟନ ର ସୁବିଧା ପାଇଁ ।

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ମହାକାଶ ଯାତ୍ରା କରିବା ପାଇଁ ମହାକାଶ ଯାତ୍ରୀଙ୍କର ବିଶେଷ ଦକ୍ଷତା ଥିବା ଜରୁରୀ ନୁହେଁ । ଯେଉଁ ବ୍ୟକ୍ତି ମହାକାଶ ଯାତ୍ରାର ଖର୍ଚ୍ଚ ଉଠାଇବାରେ ସମର୍ଥ ହୋଇଥିବେ ସେ ମହାକାଶ ଯାତ୍ରା କରି ପାରିବେ । ମହାକାଶ ଯାତ୍ରା ପାଇଁ ନାସା ବା କୌଣସି ସ୍ପେସ୍‌ ଏଜେନ୍ସି ର ବୈଜ୍ଞାନିକ ହେବା ଜରୁରୀ ନୁହେଁ । ଏହା ସମ୍ଭବ ହୋଇଛି ମହାକାଶ ପର୍ଯ୍ୟଟନ ର ସୁବିଧା ପାଇଁ । ପୂର୍ବରୁ ବୈଜ୍ଞାନିକ ମାନଙ୍କ ଗବେଷଣା ପାଇଁ କୌଣସି ଦେଶର ସ୍ପେସ୍‌ ଏଜେନ୍ସି ଦ୍ୱାରା ବୈଜ୍ଞାନିକମାନେ ମହାକାଶ କୁ ଯାଇ ପାରୁଥିଲେ । କିନ୍ତୁ ବର୍ତ୍ତମାନ ମହାକାଶ ପର୍ଯ୍ୟଟନର ସୁବିଧା ଦ୍ୱାରା ଯେ କେହି ବି ମହାକାଶ ଯାତ୍ରା କରି ପାରିବେ । କିନ୍ତୁ ଆପଣ ଜାଣିଛନ୍ତି କି ମହାକାଶ ପର୍ଯ୍ୟଟନ କରିବା ସମୟରେ ଯାତ୍ରୀମାନେ ବ୍ୟକ୍ତିଗତ ଜିନିଷ ବ୍ୟତୀତ ଅନ୍ୟ କେଉଁ ଜିନିଷ ନିଜ ସହିତ ନେଇ ମହାକାଶକୁ ଯାଇ ପାରିବେ ।

ନାସା ଦ୍ୱାରା ପର୍ସନାଲ ପ୍ରିଫେରେନ୍ସ କିଟ ବା ପିପିକେ ଆରମ୍ଭ ହୋଇଥିଲା ଯେଉଁଥିରେ କ୍ରୁ ସଦସ୍ୟଙ୍କର ବ୍ୟକ୍ତିଗତ ଜିନିଷ ରହିଥିଲା । ଏହି ପିପିକେ ର ଓଜନ ଭାରତୀୟ ଓଜନ ଅନୁସାରେ ୬୨୮ ଗ୍ରାମ ଥିଲା । ଏଥିରେ ୨୦ ଭିନ୍ନ ପ୍ରକାରର ବସ୍ତୁ ରହିଥିଲା । ତେବେ ଋଷର ଯାତ୍ରୀମାନଙ୍କୁ ଏକ କିଲୋ ଓଜନର ଜିନିଷ ନେବା ପାଇଁ ମଞ୍ଜୁରୀ ମିଳିଥିଲା ।

ପିପିକେ ବ୍ୟତୀତ କ୍ରୁ କେୟାର ପ୍ୟାକେଜ ବି ରହିଥାଏ, ଯେଉଁଥିରେ ଅନ୍ୟ ଜରୁରୀ ବ୍ୟକ୍ତିଗତ ଜିନିଷ ସହ କ୍ରୁ ସଦସ୍ୟଙ୍କ ବହି, ଧାର୍ମିକ ବସ୍ତୁ ଏବଂ ମନପସନ୍ଦର ଜିନିଷ ରହିଥାଏ । ବ୍ୟକ୍ତିଗତ ଜିନିଷ ମଧ୍ୟରେ ଯାତ୍ରୀମାନେ ନିଜ ସହିତ ଖାସ୍‌ ଟୁଥବ୍ରସ୍‌ ନେଇ ଯାଇଥାନ୍ତି । ସେଠାରେ ପୃଥିବୀ ଭଳି ପାଣିରେ ଦାନ୍ତ ସଫା କରିବା ସମ୍ଭବ ନୁହେଁ । ଏଥିପାଇଁ ଏକ ଇଲେକ୍ଟ୍ରିକ ଟୁଥବ୍ରସ୍‌ ରହିଥାଏ ।

ବର୍ତ୍ତମାନ ମହାକାଶ ଯାତ୍ରା ପୂର୍ଣ୍ଣମାତ୍ରାରେ ସ୍ପେସ୍‌ ଏଜେନ୍ସି ନିୟନ୍ତ୍ରଣରେ ରହିଛି । ମହାକାଶ ଯାତ୍ରୀଙ୍କ ରହିବା ପାଇଁ ଅଧିକ ସୁବିଧା ଦିଆଯାଇ ନାହିଁ । କିନ୍ତୁ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଆନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ କିପରି ମହାକାଶରେ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରାଯିବ, ସେଥିପାଇଁ ଅନୁସନ୍ଧାନ ଜାରି ରହିଛି । ପର୍ଯ୍ୟଟନ ସୁବିଧା ବଢ଼ିବା ଦ୍ୱାରା ମହାକାଶ ଯାତ୍ରୀମାନେ ଅଧିକ ଜରୁରୀ ଜିନିଷ ନେଇ ଯାତ୍ରା କରି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.