Below header

ପୁଅକୁ ତଣ୍ଟି ଚିପି ମାରିଦେଲା ମା’, ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଫାଶିରେ ଝୁଲାଇଦେଲା ଶବ

ଛତିଶଗଡ଼ର ବସ୍ତର ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’ ତା’ ପୁଅକୁ ଅତି ନୃଶଂସ ଭାବେ ହତ୍ୟା କରିଛି। ଏ ନେଇ କାଂକେର ଜିଲ୍ଲାର କାଂକେର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୋଲିସର କହିବା ମୁତାବକ, ଏହି ଥାନା ଅଞ୍ଚଳରେ ଜିତେନ୍ଦ୍ର ନିଷଦ ନାମକ ଯୁବକ ସବୁବେଳେ ମଦ ପିଇ ଆସି ଘରେ ପାଟିତୁଣ୍ଡ କରୁଥିଲେ। ଏପରିକି ସେ ମାରଧର ମଧ୍ୟ କରୁଥିଲେ। ଏଥିରେ ରାଗିଯାଇ ତାଙ୍କ ମା’ ଅର୍ଥାତ ଉକ୍ତ ମହିଳା ପୁଅକୁ ତଣ୍ଟି ଚିପି ହତ୍ୟା କରିଛନ୍ତି।

hhj

ହତ୍ୟା ପରେ ପୋଲିସକୁ ମିଛ କହିବାକୁ ଯାଇ ପୁଅ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କଥା କହିଥିଲେ। ତେବେ ତଦନ୍ତ ପରେ ସମ୍ପୃକ୍ତ ମହିଳା ଏବଂ ତାଙ୍କୁ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଅଭିଯୋଗ ଅନୁସାରେ, ୧୧ ଜୁନରେ ଜିତେନ୍ଦ୍ର(୧୮)ଙ୍କ ଘରକୁ ତାଙ୍କର କେତେଜଣ ସମ୍ପର୍କୀୟ ଆସିଥିଲେ। ଏହିଦିନ ଜିତେନ୍ଦ୍ର ତାଙ୍କ ଦାଦା ପୁଅ ଭାଇ ଧର୍ମେନ୍ଦ୍ର ଓ ପଡୋଶୀ ଦିଲୀପ ନେତାମ ନାମକ ଯୁବକଙ୍କ ସହ ମିଶି ମଦ ପିଇ ଘରକୁ ଫେରିଥିଲେ। ମଦ ନିଶାରେ ଜିତେନ୍ଦ୍ର ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଏହା ଝଗଡ଼ାର ରୂପ ନେଇଥିଲା।

jjh

ଏହି ସମୟରେ ଧର୍ମେନ୍ଦ୍ରଙ୍କ ମା’ ତଥା ଅଭିଯୁକ୍ତା ଶାରଦା ନିଷଦ ମଝିରେ ପଶି ଉଭୟଙ୍କୁ ଶାନ୍ତ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଶାରେ ଚୁର ଥିବା ଜିତେନ୍ଦ୍ର ନିଜ ମା’ ସମାନ ଖୁଡ଼ୀଙ୍କୁ ଗାଳି ଗୁଳଜ କରିଥିଲେ। ତେବେ କୁହାଯାଉଛି କି, ଶାରଦା, ଧର୍ମେନ୍ଦ୍ର ଓ ଦିଲୀପ ମିଶି ଜିତେନ୍ଦ୍ରଙ୍କୁ ଖୁବ ପିଟିଥିଲେ। ସେ ଦରମରା ହୋଇଯିବାରୁ ତାଙ୍କ ବେକ ଚିପି ହତ୍ୟା କରିଥିଲେ। ଏହାପରେ ନିଜକୁ ବଞ୍ଚେଇବା ପାଇଁ ମୃତଦେହକୁ ଫାଶିରେ ଝୁଲାଇ ଦେଇଥିଲେ। ତା’ପରେ ପୋଲିସ ନିକଟରେ ଜିତେନ୍ଦ୍ର ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ।

nv

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଏହା ହତ୍ୟାକାଣ୍ଡ ବୋଲି ପୋଲିସର ସନ୍ଦେହ ହୋଇଥିଲା। ସେପଟେ ମୃତଦେହ ବ୍ୟବଚ୍ଛେଦରୁ ଜିତେନ୍ଦ୍ରଙ୍କ ତଣ୍ଟି ଚିପି ହୋଇଯିବା କାରଣରୁ ତାଙ୍କର ମୃତ୍ୟୁ ଘଟଥିବା ଜଣାପଡିଥିଲା। ଏହାପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶାରଦାଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ସେ ନିଜ ଦୋଷ ସ୍ୱୀକାର କରିଥିଲେ। ତାଙ୍କ କହିବା ଆଧାରରେ ପୋଲିସ ଶାରଦାଙ୍କ ସ୍ୱାମୀ ଭାଗିରଥୀ ନିଷଦ, ଧର୍ମେନ୍ଦ୍ର ଓ ଦିଲୀପଙ୍କ ବିରୋଧରେ ଆଇପିସି ଧାରା ୩୦୨, ୨୦୧ ଏବଂ ୩୪ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଥିଲା। କୋର୍ଟରେ ଜାମିନ ନ ମିଳିବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.