କବାଡି ଖାନା ଜିନିଷକୁ ବ୍ୟବହାର କରି ୧୦ ଶ୍ରେଣୀ ଛାତ୍ର ନିର୍ମାଣ କଲେ ଏମିତି ଏକ ବାଇକ, ଗୋଟେ ଲିଟର ପେଟ୍ରୋଲରେ ଚାଲିବ ୮୦ କିଲୋମିଟର

ବିଭିନ୍ନ ଗାଡି ମାନଙ୍କର ପାର୍ଟ୍ସ ଯୋଡାଯାଇ ହାତରେ ତିଆରି ହୋଇଥିବା ଗାଡି ଅନେକ ସଂଖ୍ୟାରେ ଦେଖିବାକୁ ମିଳେ ।ସାଧାରଣ ଭାଷାରେ ଏହାକୁ ଯୁଗାଡ ବୋଲି କୁହାଯାଏ । ସାଧାରଣତଃ ରିକ୍ସା କିମ୍ବା ତିନି ଚକା ବିଶିଷ୍ଟ ମୋଟର ବାହନକୁ ଅନେକେ ନିଜେ ତିଆରି କରି ରାସ୍ତାରେ ଚଳାଇଥାନ୍ତି । କିନ୍ତୁ ଚଣ୍ଡିଗଡ଼ର ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଗୌରବ ଏମିତି ଏକ ମୋଟର ସାଇକେଲ ନିର୍ମାଣ କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ରୂପେ ସ୍କ୍ରାପରେ ନିର୍ମିତ ହୋଇଛି ।ଗୌରବଙ୍କ ହାତ ତିଆରି ଏହି ମୋଟର ସାଇକେଲଟି ପେଟ୍ରୋଲରେ ହିଁ ଚାଲିଥାଏ । ଆଉ ଗୋଟିଏ ଲିଟର ତେଲରେ ଏହା ୮୦ କିମି ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରିପାରିବାର କ୍ଷମତା ରଖିଛି । କେବଳ ସ୍କ୍ରାପ ଜିନିଷରେ ମୋଟର ବାଇକ ନିର୍ମାଣ ପୂର୍ବରୁ କେବେ ବି ହୋଈନଥିଲା । ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ସମୟରେ ଗୌରବ କହିଛନ୍ତିକି, ତିନି ବର୍ଷ ପୂର୍ବରୁ ହିଁ ସେ ବିଭିନ୍ନ ସ୍କ୍ରାପ ଗୁଡିକୁ ଏକାଠି କରି ଏକ ଇଲେକ୍ଟ୍ରିକ ମୋଟର ବାଇକ ନିର୍ମାଣ କରିଥିଲେ ।

bike

ଏହି ବାଇକର ସ୍ପୀଡ କାମ ଥିବାରୁ ପରେ ଏହାକୁ ପେଟ୍ରୋଲ ଚଳିତ ଯାନରେ ପରିଣତ କରିବା ନେଇ ଚିନ୍ତା କରିଥିଲେ ଗୌରବ । ଗୌରବଙ୍କ ଏହି ବାଇକ ଟିକୁ ଦେଖିଲେ ବି ଜଣେ ଜାଣି ପାରିବ ଯେ, ଭିନ୍ନ ଭିନ୍ନ ଯାନର ପାର୍ଟ୍ସ ଗୁଡିକୁ ଏକାଠି କରି ହିଁ ଏହି ମୋଟର ସାଇକେଲ ନିର୍ମାଣ କରାଯାଇଛି । ଏହାର ପ୍ରଥମ ଭାଗରେ ସାଇକେଲର ଟାୟାର ବ୍ୟବହାର କରାଯାଇଥିବା ବେଳେ ପଛ ପାଖରେ ମୋଟର ସାଇକେଲ ଟାୟାର ବ୍ୟବହାର କରାଯାଇଛି । ଏହାବାଦ ଏହି ହାତ ତିଆରି ଯାନରେ ଚେସିଙ୍ଗ, ଇଂଜିନ, ଟ୍ରାନ୍ସମିଶନ ବି ବ୍ୟବହାର କରାଯାଇଛି । ଏହାବାଦ ଏଥିରେ ଏକ ରିୟାର ଭିୟୁ ମିରର ଓ ଲାଇଟ ବି ବ୍ୟବହୃତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.