Below header

ଦିଅର ପ୍ରେମରେ ଭାଉଜ ବାୟା, ୪ ପିଲାଙ୍କୁ ଛାଡି ଦିଅର ସହିତ ଫେରାର ହୋଇଗଲା ଭାଉଜ: କୋର୍ଟର ଦ୍ୱାରସ୍ଥ ହେଲେ ସ୍ୱାମୀ

ଭାଉଜ ଭାଉଜ ଡାକି ୪ଟି ପିଲାର ମା’କୁ ପ୍ରେମ ଜାଲରେ ଫସାଇଲେ ଯୁବକ । ପରେ ଟଙ୍କା ଏବଂ ଅଳଙ୍କାର ଧରି ଫେରାର ହୋଇଗଲେ ଉଭୟ । ଗୁହାରି ପାଇଁ କୋର୍ଟରେ ପହଞ୍ଚିଲେ ସ୍ୱାମୀ ।

ଭାଉଜ ଭାଉଜ ଡାକି ପ୍ରେମ ଜାଲରେ ଫସାଇଲେ ଯୁବକ । ଆଉ ପରେ ୪ ପିଲାଙ୍କୁ ଛାଡି ଦୁହେଁ ଫେରାର ହୋଇଗଲେ । ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଘଟଣା। ଯେଉଁଠି ୪ ଜଣ ପିଲାଙ୍କୁ ଛାଡି ଭାଉଜ ଦିଅର ସହିତ ଫେରାର ହୋଇଗଲେ । ଆଉ ଏହାପରେ ପତ୍ନୀଙ୍କୁ ଫେରି ପାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବିଚାରା ସ୍ୱାମୀ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏମିତି ଘଟଣାକୁ ନେଇ ଫେରାର ହୋଇଥିବା ମହିଳାଙ୍କ ସ୍ୱାମୀ ରଂଜିତ କୁମାର ମହେତା କୋର୍ଟରେ ଆବେଦନ କରିଛନ୍ତି, ମୋ ବିବାହ ୨୦୧୦ରେ ପାଖରେ ଏକ ଗାଁରେ ହୋଇଥିଲା । ଯାହା ପରେ ଆମର ୪ଟି ପିଲା ୨ଟି ପୁଅ ଏବଂ ୨ଟି ଝିଅ ରହିଛନ୍ତି । ଆମ ଘରର ସବୁ ପୁରୁଷ ପଞ୍ଜାବରେ କାମ କରନ୍ତି । ଯାହାର ଫାଇଦା ଉଠାଇ ପଡୋଶୀରେ ରହୁଥିବା ଜଣେ ଯୁବକ ନୀତୀଶ କୁମାର (୨୦) ଭାଉଜ ଭାଉଜ କହି ପ୍ରେମ ଜାଲରେ ଫସାଇଥିଲା।

ଯୁବକ ଜଣକ ଲୁଚାଛପା ଭାବେ ମୋ ସ୍ତ୍ରୀ ସହିତ ସଂପର୍କ ରଖୁଥିଲେ । ମୋ ମା’ ଏ ବିଷୟରେ ବାରଣ କରିବାକୁ ଝଗଡା କରୁଥିଲେ । ଆଉ ଘର ତିଆରି ପାଇଁ ରଖିଥିବା ପଇସା ଏବଂ ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛି ମହିଳା ।

ତେଣୁ ପତ୍ନୀଙ୍କୁ ଖୋଜିବା ପରେ ଥାନାରେ ପହଞ୍ଚିଥିଲେ ବ୍ୟକ୍ତି। ହେଲେ ପୋଲିସ ଏଫଆଇଆର ନ ରଖିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବ୍ୟକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.