Below header

ଛାତ୍ର ଜୀବନରେ କେବେ ବି କୌଣସି ଆନ୍ଦୋଳନରୁ ପଛଘୁଞ୍ଚା ଦେଇନାହାନ୍ତି ମୁଲାୟମ, ଖାସ୍‌ ସେଥିପାଇଁ MLA ବୋଲି ଡାକୁଥିଲେ ସାଙ୍ଗମାନେ

ମୁଲାୟମ ସିଂ ଯାଦବ ଦେଶର ଜଣେ ପ୍ରମୁଖ ରାଜନେତା ଭାବେ ବେଶ୍‌ ପରିଚିତ। ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାମ କରିଛନ୍ତି। କୌଣସି ରାଜନୈତିକ ପରିବାରରୁ ନ ଆସି ମଧ୍ୟ ସବୁଠୁ ବଡ ନେତା ପାଲଟିଥିଲେ। ହେଲେ ଜଣେ ରାଜନୀତି ସହିତ କୌଣସି ସଂପର୍କ ନଥିବା ବ୍ୟକ୍ତି ଉତ୍ତରପ୍ରଦେଶ ରାଜନୀତିର ଜଣେ ପୋଖତ ନେତା ଥିଲେ। କଲେଜରେ ପଢିବା ବଳେରୁ ତାଙ୍କ ସାଥି ତାଙ୍କୁMLA ବୋଲି ଡାକୁଥିଲେ। ଛାତ୍ରଛାତ୍ରୀଙ୍କ ହିତ ପାଇଁ କେବେ ବି କୌଣସି ଆନ୍ଦୋଳନରୁ ପଛଘୁଞ୍ଚା ଦେଇନାହାନ୍ତି। ସବୁ ସାଙ୍ଗଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି। ତେଣୁ ସାଙ୍ଗମାନେ ତାଙ୍କୁ MLA ବୋଲି ଡାକନ୍ତି।

ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ରେ ଇଟାୱା ଜିଲ୍ଲାର ସୈଫେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସୁଘର ସିଂ ଯାଦବ ଜଣେ କୃଷକ ଥିଲେ । ଗାଁରେ ପ୍ରାରମ୍ଭିକ ଶିକ୍ଷା ପାଇବା ପରେ ଇଟାଓ୍ଵାର କେ କେ କଲେଜରେ ଗ୍ରାଜୁଏସନ କରିବାକୁ ଯାଇଥିଲେ। ମୁଲାୟମଙ୍କ ପାଖରେ ରାଜନୀତି ବିଜ୍ଞାନରେ ତିନିଟି ଡିଗ୍ରୀ ରହିଛି। ଇଟାଓ୍ଵାର କର୍ମକ୍ଷେତ୍ର ପୋଷ୍ଟ ଗ୍ରାଜୁଏଟ କଲେଜରୁ ବିଏ, ଶିକୋହାବାଦର ଏକ କଲେଜରୁ ବିଟି ଏବଂ ଆଗ୍ରାର ବିଶ୍ୱବିଦ୍ୟାଳୟରୁ ଏମଏ ଡିଗ୍ରୀ ହାସଲ କରିଛନ୍ତି। ମୁଲାୟମ କେକେ କଲେଜରେ ସୋସିଆଲିଷ୍ଟ ପାର୍ଟିର ବିଚାରଧାରାରେ ପ୍ରଭାବିତ ହୋଇ ଛାତ୍ର ରାଜନୀତିରେ ଜଡିତ ହୋଇଥିଲେ। ଛାତ୍ର ସଂଘ ନିର୍ବାଚନ ଲଢିଥିଲେ ଏବଂ କଲେଜରେ ଛାତ୍ର ସଭାପତି ଭାବେ ନିଯୁକ୍ତ ହୋଇଥିଲେ।

ଛାତ୍ର ସଭାପତି ସମୟରେ ମୁଲାୟମ ସିଂ ରାମ ମନୋହର ଲୋହିଆ, କମାଣ୍ଡର ଅର୍ଜୁନ ସିଂହ ଭଦୋରିୟା ଏବଂ ନଥ୍ୟୁ ସିଂ ଭଳି ବଡ ବଡ ସମାଜବାଦୀ ପାର୍ଟି ନେତାଙ୍କ ଆନୁଗତ୍ୟ ହୋଇଥିଲେ। ତା’ ପରେ ୧୯୬୭ରେ ମୁଲାୟମ ସିଂ ଯାଦବ ବିଧାୟକ ହୋଇଥିଲେ। ପ୍ରଥମ ଥର ପାଇଁ ଜସବନ୍ତନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚତି ହୋଇଥିଲେ।

ସୂଚନାଯୋଗ୍ୟ, ମୁଲାୟମ ସଂ ଯାଦବଙ୍କ ମୃତ୍ୟୁରେ ଉତ୍ତରପ୍ରଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହାସହିତ ମୁଲାୟମଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନର ସହିତ କରାଯିବ ବୋଲି ମଧ୍ୟ କହିଛନ୍ତି। ତେବେ ୨୨ ଅଗଷ୍ଟରୁ ମୁଲାୟମ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ ତାଙ୍କୁ ଅକ୍ଟୋବର ୨ ତାରିଖରେ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳ ୮.୧୬ ମିନିଟରେ ତାଙ୍କ ମୃତ୍ୟୁ ହୋଇଥିବା ପୁଅ ଅଖିଳେଶ ଯାଦବ ଜଣାଇଥିଲେ।

ତେବେ ମୁଲାୟମ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୭ ଥର ସଂସଦକୁ ନିର୍ବାଚିତ ହେବା ସହ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାମ କରିଥିଲେ । ୟୁପିରୁ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଲାୟମ ସିଂ ଯାଦବ ବର୍ତ୍ତମାନ ମୁଲାୟମ ସିଂ ମେନପୁରୀ ଆସନରୁ ଲୋକସଭା ସାଂସଦ ଥିଲେ । ଉତ୍ତରପ୍ରଦେଶର ରାଜନୀତି ହେଉ ବା ଦେଶର ରାଜନୀତି, ମୁଲାୟମ ସିଂ ଯାଦବ ପ୍ରମୁଖ ନେତାଙ୍କ ମଧ୍ୟରେ ଥିଲେ ଜନନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.