ଆଧାରକାର୍ଡରେ କେତେ ଥର କରିପାରିବେ ପରିବର୍ତ୍ତନ, ଜାଣନ୍ତୁ କାହିଁକି ଦରକାର ପଡିଥାଏ ପଞ୍ଜିକୃତ ମୋବାଇଲ ନମ୍ବର

ଆଧାର କାର୍ଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ବର୍ତ୍ତମାନ ଭାରତରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ଼ ରହିବା ବାଧ୍ୟତାମୂଳକ ହୋଇଛି । ଜନ୍ମ ଠିକଣା ପରି ଏହି ଠିକଣା ପ୍ରୁଫ୍ ମଧ୍ୟ ବୈଧ। ବ୍ୟାଙ୍କ କାର୍ଯ୍ୟ ଠାରୁ ଆରମ୍ଭ କରି ଡାକଘର ଓ ପାସପୋର୍ଟ ଏପରିକି ସରକାରୀ ଯୋଜନାର ଲାଭ ଉଠାଇବା ପର୍ଯ୍ୟନ୍ତ, ସବୁଥିରେ ଆଧାରକାର୍ଡ ବାଧ୍ୟତାମୂଳକ ହୋଇଯାଇଛି ।

ଆଧାରକାର୍ଡରେ ପ୍ରତିଟି ଭାରତୀୟ ନାଗରିକଙ୍କୁ ଗୋଟିଏ ଲେଖାଏ ଆଧାର ନମ୍ବର ପ୍ରଦାନ କରାଯାଇଛି । ଆଧାରକାର୍ଡରେ ବାପା, ମାଆଙ୍କ ନାଁ, ସଠିକ୍ ଠିକଣା, ମୋବାଇଲ ନମ୍ବର ଆଦି ବିବରଣୀ ଦିଆଯାଇଥାଏ । ଯଦି ଆଧାକକାର୍ଡରେ ଦିଆଯାଇଥିବା ତଥ୍ୟ ଭୁଲ ଥାଏ ତାହେଲେ ତାକୁ ସଂଶୋଧନ ମଧ୍ୟ କରାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଆଧାରକାର୍ଡରେ କୌଣସି ଭୁଲ ଥିଲେ ତାକୁ କେତେ ଥର ସଂଶୋଧନ କରିପାରିବେ? କାହିଁକି ଆଧାରକାର୍ଡରେ ମୋବାଇଲ ନମ୍ବର ଦିଆଯାଇଥିଏ? ଆସନ୍ତୁ ଜାଣିବା…

ଦେଶର ଯେକୌଣସି ନାଗରିକଙ୍କୁ ତାଙ୍କ ଜୀବନରେ କେବଳ ଥରେ ନମ୍ବର ଦିଆଯାଏ । ଏହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଦ୍ୱାରା ପ୍ରଦାନ କରାଯାଇଛି । ଆଧାର କାର୍ଡରେ ଏକ ଅନନ୍ୟ ୧୨-ଅଙ୍କ ବିଶିଷ୍ଟ ନମ୍ବର ରହିଥାଏ, ଯେଉଁଥିରୁ ସମ୍ପୃକ୍ତ ନାଗରିକଙ୍କ ସୂଚନା ପ୍ରକାଶ ପାଇଥାଏ । ଏଥିରେ, ଠିକଣା, ପିତାମାତାଙ୍କ ନାମ, ବୟସ ସହିତ ଅନେକ ବିବରଣୀ ରେକର୍ଡ କରାଯାଇଛି। ଆଧାର କରିବା ସମୟରେ ଯଦି କୌଣସି ସୂଚନା ଭୁଲ ପ୍ରବିଷ୍ଟ ହୋଇଛି, ତେବେ ଏହାକୁ ସଂଶୋଧନ କରାଯାଇପାରିବ, କିନ୍ତୁ ଏହି UIDAI ପାଇଁ ଏକ ସୀମା ସ୍ଥିର କରାଯାଇଛି ।

 କେତେଥର ବଦଳିପାରେ ନା; 

ଯେକୌଣସି ଆଧାର କାର୍ଡଧାରୀଙ୍କ ପାଇଁ ଠିକଣା ପରିବର୍ତ୍ତନ ପାଇଁ UIDAI ଏକ ସୀମା ସ୍ଥିର କରିଛି । UIDAI ଅନୁଯାୟୀ, ଆଧାର କାର୍ଡଧାରୀ ତାଙ୍କ ଜୀବନ ଆଧାରରେ କେବଳ ଦୁଇଥର ଆଧାର ତଥ୍ୟରେ ପରିବର୍ତ୍ତନ କରିପାରିବେ। ଆହୁରି ମଧ୍ୟ, ଆପଣ ଆଧାରରେ କେବଳ ଦୁଇଥର ଆପଣଙ୍କର ଜନ୍ମ ତାରିଖ ପରିବର୍ତ୍ତନ କରିପାରିବେ । ଆଧାର ତଥ୍ୟରେ ଆପଣ ବାରମ୍ବାର ନିଜ ନାମ ପରିବର୍ତ୍ତନ କରିପାରିବେ ନାହିଁ । ଆପଣ ଜୀବନରେ କେବଳ ଥରେ ଲିଙ୍ଗ ସୂଚନା ଅପଡେଟ୍ କରିପାରିବେ ।

ଯଦି ଆଧାର କାର୍ଡରେ ଆପଣଙ୍କ ନାଁ ଭୁଲ ରହିଛି ତାହେଲେ ଘରେ ବସି ଆପଣ ସଂସୋଧନ କରିପାରିବେ । ପ୍ରଥମେ ଆପଣଙ୍କୁ ୟୁ.ଆଇ.ଡି.ଏ.ଆଇର ଅଫିସିଆଲ ୱେବସାଇଟ୍https://myaadhaar.uidai.gov.in/ କୁ ଯାଇ ଲଗଇନ୍ କରନ୍ତୁ । ଏହା ପରେ ଆପଣଙ୍କ ଆଧାର ନମ୍ବର ଦିଅନ୍ତୁ । ନମ୍ବର ଦେବାମାତ୍ରେ ଆଧାର କାର୍ଡରେ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ପରେ ପ୍ରୋସିଡ୍-ଟୁ ଅପଡେଟ୍ ଆଧାର ଉପରେ କ୍ଲିକ୍ କରନ୍ତୁ । ନୂଆ ପେଜ୍ ଖୋଲିବା ମାତ୍ରେ ନାଁ ପରିବର୍ତ୍ତନ କରିବାର ଅପସନକୁ ଚୟନ କରନ୍ତୁ । ଚୟନ କରିବା ପରେ ମଗାଯାଇଥିବା ଦସ୍ତାବିଜକୁ ସ୍କାନ କରି ଆଟାଜ୍ କରିଦିଅନ୍ତୁ । ଏହା ପରେ ସମିଟ୍ କରି ସେଣ୍ଡ୍ ଓଟିପି ଅପସନକୁ ଚୟନ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଓଟିପି ଦେବା ପରେ ଆବେଦନ କରିବାର ପ୍ରୋସେସ୍ ସମ୍ପୂର୍ଣ୍ଣ ହୋଇଯିବ ।

ଆଧାରକାର୍ଡରେ କୌଣସି ତଥ୍ୟକୁ ଅପଡେଟ୍ କରିବା ପାଇଁ ଏଥିରେ ସଠିକ୍ ମୋବାଇଲ ନମ୍ବର ରହିବା ଜରୁରୀ । ଆଧାରକାର୍ଡରେ କୌଣସି ସଂଶୋଧନ କରିବା ସମୟରେ ପଞ୍ଜିକୃତ ମୋବାଇଲ ନମ୍ବରକୁ ଓଟିପି ଆସିଥାଏ । ବିନା ଓଟିପିରେ କୌଣସି ସଂସୋଧନ ହୋଇପାରିବ ନାହିଁ । ତେଣୁ ଆଧାରକାର୍ଡରେ ମୋବାଇଲ ନମ୍ବର ଦେବା ନିହାତି ଜରୁରୀ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.