Below header

ମୁଲାୟମଙ୍କ ପରଲୋକ ମୋତେ ବହୁତ କଷ୍ଟ ଦେଉଛି, ଟ୍ଵିଟ୍‌ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଆଜି ସକାଳ ୮.୧୬ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୁଲାୟମ ସିଂ ଯାଦବଙ୍କ ପରଲୋକ ବିଷୟରେ ପୁଅ ଅଖିଳେଶ ଯାଦବ ଟ୍ଵିଟ୍‌ କରି ଜଣାଇଥିଲେ। ତେବେ ମୁଲାୟମଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅରବିନ୍ଦ କେଜ୍ରିଓ୍ଵାଲ, ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ କରି କହିଛନ୍ତି, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବଙ୍କ ନିଧନରେ ମୁଁ ଅତ୍ୟନ୍ତ ଦୁଃଖିତ। ଯେତେବେଳେ ଆମେ ନିଜ ନିଜ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରୂପେ କାମ କରିଥିଲୁ, ସେତେବେଳେ ଆମେ ବହୁତ କଥାବାର୍ତ୍ତା ହେଉ। ଆମ ଭିତରେ ଘନିଷ୍ଠତା ସେବେଠୁ ରହିଛି। ମୁଁ ତାଙ୍କ ବିଚାର ଶୁଣିବା ପାଇଁ ଅଧିକ ଉତ୍ସାହିତ ରହିଥାଏ। ତାଙ୍କ ମୃତ୍ୟୁ ମୋତେ ବହୁତ କଷ୍ଟ ଦେଇଛି। ତାଙ୍କ ପରିବାର ଏବଂ ଲକ୍ଷ ଲକ୍ଷ ସମର୍ଥକଙ୍କ ପ୍ରତି ମୋର ସମବେଦନା, ଓମ୍‌ ଶାନ୍ତି’।

ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ‘ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛି। ତାଙ୍କ ମୃତ୍ୟୁରେ ସମାଜବାଦୀ ପାର୍ଟିର ପ୍ରମୁଖ ସ୍ତମ୍ଭ ଏବଂ ସଂଘର୍ଷଶୀଳ ଯୁବର ଅନ୍ତ ହୋଇଛି। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା। ତା’ ଛଡା ତାଙ୍କ ମୃତ୍ୟୁରେ ଉତ୍ତରପ୍ରଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ତାଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନର ସହିତ ହେବ।

କେବଳ ଏମାନେ ନୁହେଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ମୁଲାୟମ ସିଂ ଯାଦବଙ୍କ ନିଧନରେ ଶୋକ ପ୍ରକାଶ କରି ପରିବର ପ୍ରତି ସମବେଦନା ଜଣାଇଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍‌ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି। ପ୍ରିୟଙ୍କା ଗାନ୍ଧି ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଟ୍ଵିଟ୍‌ କରିଛନ୍ତି।

ମୁଲାୟମ ସିଂ ଯାଦବଙ୍କୁ ୟୁରିନ୍ ସଂକ୍ରମଣ, ବ୍ଲଡ ପ୍ରେସରର ସମସ୍ୟା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା, ଯାହାଫଳରେ ତାଙ୍କୁ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିଲା । ସେଠାରେ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। ୨୨ ଅଗଷ୍ଟରେ ଭର୍ତ୍ତି ହୋଇଥିବା ମୁଲାୟମ ଆଜି ସକାଳ ୮.୧୬ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସମାଜବାଦୀ ପାର୍ଟି ଟ୍ଵିଟ୍‌ କରି କହିଛି, ‘ମୋର ଆଦରଣୀୟ ପିତା ଏବଂ ସମସ୍ତଙ୍କ ନେତାଜୀ ଆଉ ନାହାନ୍ତି।

Also Read : ଚାଲିଗଲେ ସମାଜବାଦୀ ପାର୍ଟି ସୁପ୍ରିମୋ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.