ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ। ଏହି ବେଶକୁ ଦେଖିବାକୁ ଭକ୍ତଙ୍କ ଭିଡ଼। କୁମାର ପୂର୍ଣ୍ଣିମାରେ ମାଆଙ୍କର ଏହି ଦୁର୍ଲଭ ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ। ମାଆଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରାଯାଇଛି।

ଭକ୍ତମାନେ ଧାଡ଼ିରେ ଛିଡ଼ା ହୋଇ ମାଆଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରୁଛନ୍ତି। ମାଆଙ୍କ ଏହି ବେଶକୁ ମହାରାଣୀ ବେଶ ମଧ୍ୟ କୁହାଯାଇଥାଏ। ରାତିରେ ମାଆଙ୍କ ମନ୍ଦିରରେ ନୂତନ ଧ୍ୱଜାରୋହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଳମ୍ବିତ ରାତି ଯାଏ ଚାଲିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.