ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି, ନିଜର ବ୍ୟାଣ୍ଡ୍‌ ସହିତ ମୁମ୍ବାଇ ପୋଲିସ ପ୍ରଦର୍ଶନ କଲା ‘ସନ୍ଦେଶେ ଆତେ ହୈ’ ଗୀତ

ଅଗଷ୍ଟ ୧୫, ସ୍ୱାଧୀନତା ଦିବସ ଆମ ଦେଶ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ଏହାକୁ ସାରା ଦେଶବାସୀ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରି ଥାଆନ୍ତି। ମନରେ ସ୍ୱତଃପ୍ରବୃତ୍ତ ଭାବେ ଜାଗ୍ରତ ହୋଇଉଠେ ଦେଶଭକ୍ତିର ଭାବନା।

ଅଗଷ୍ଟ ୧୫, ସ୍ୱାଧୀନତା ଦିବସ ଆମ ଦେଶ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ଏହାକୁ ସାରା ଦେଶବାସୀ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରି ଥାଆନ୍ତି। ମନରେ ସ୍ୱତଃପ୍ରବୃତ୍ତ ଭାବେ ଜାଗ୍ରତ ହୋଇଉଠେ ଦେଶଭକ୍ତିର ଭାବନା। ମଙ୍ଗଳବାର ସାରା ଦେଶ ପାଳନ କରିଛି ୭୭ତମ ସ୍ୱାଧୀନତା ଦିବସ।

ଏହି ଦିନ କେବଳ ବ୍ରିଟିଶ ଶାସନରୁ ଦେଶକୁ ସ୍ୱାଧୀନତା ମିଳିବାର ପ୍ରତୀକ ନୁହେଁ, ବରଂ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ, ଯେଉଁମାନେ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ନିଜକୁ ବଳିଦାନ ଦେଇଥିଲେ।

ଲୋକେ ଏହି ଦିନ ଦେଶଭକ୍ତିର ଭାବନାରେ ବୁଡ଼ି ସ୍ୱାଧୀନତା ଦିବସ ପାଳନ କରନ୍ତି। ଏହିପରି ମୁମ୍ବାଇ ପୋଲିସ ବି ଏଥର ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି। ବୀର ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ମୁମ୍ବାଇ ପୋଲିସ।

ଏହି ଅବସରରେ ମୁମ୍ବାଇ ପୋଲିସ ନିଜର ଇନ୍‌-ହାଉସ୍‌ ବ୍ୟାଣ୍ଡ୍‌ ‘ଖାକି ଷ୍ଟୁଡ଼ିଓ’ର ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଛି। ଏଥିରେ ଏକ ପୋଲିସ ଗ୍ରୁପ୍‌ ‘ସନ୍ଦେଶେ ଆତେ ହୈ’ ଗୀତକୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରୁଥିବା ଦେଖିବାକୁ ମିଳୁଛି।

ବଲିଉଡ୍‌ ଫିଲ୍ମ ‘ବର୍ଡର୍ର’ର ଏହି ଗୀତ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି। ଭିଡିଓରେ ପୋଲିସ କର୍ମଚାରୀମାନେ ମ୍ୟୁଜିକାଲ୍‌ ଇନ୍‌ଷ୍ଟମେଣ୍ଟ୍‌ ସହ ଗୀତ ବଜାଉଥିବା ଦେଖାଯାଉଛି। ଭିଡିଓ ସେୟାର ହେବାଠାରୁ ଏ ପର୍ଯ୍ୟନ୍ତ ୭୦,୦୦୦ରୁ ଅଧିକ ଭ୍ୟୁ ମିଳିସାରିଲାଣି ଏବଂ ୫,୩୦୦ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି।

 

View this post on Instagram

 

A post shared by Mumbai Police (@mumbaipolice)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.