୨୧ ଦଫା ଦାବି ନେଇ ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ, ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ରାଲି

ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ସମାନ କାମ କରୁଥିବା ଶିକ୍ଷକମାନଙ୍କ ଭିତରେ ଦରମା, ଚାକିରି ସର୍ତ୍ତାବଳୀ ଆଦିରେ ତାରତମ୍ୟ ନରଖିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ।

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ । ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ରାଲି । ୨୧ ଦଫା ଦାବି ନେଇ ରାଜରାସ୍ତାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ସମାନ କାମ କରୁଥିବା ଶିକ୍ଷକମାନଙ୍କ ଭିତରେ ଦରମା, ଚାକିରି ସର୍ତ୍ତାବଳୀ ଆଦିରେ ତାରତମ୍ୟ ନରଖିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ।

ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ, ଚାକିରିରୁ ଅବସର ନେବା ପରେ ପେନସନ ଓ ଭବିଷ୍ୟ ନିଧି ପାଣ୍ଠି ମିଳିବାରେ ଦେଖାଦେଉଥିବା ଅନିୟମିତତା ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ୩ ଦିନ ଅହରାତ୍ର ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.