ମୁମ୍ବାଇରୁ ଗୁଆହାଟି ଯାଉଥିବା ଇଣ୍ଡିଗୋ ବିମାନ ଢାକାରେ କଲା ଜରୁରୀ ଅବତରଣ, ୯ ଘଣ୍ଟା ଧରି ବସି ରହିଲେ ଯାତ୍ରୀ

ବିମାନ ନଂ 6E 5319 ମୁମ୍ବାଇରୁ ଆସାମ ଗୁଆହାଟି ଯାଉଥିବା ଇଣ୍ଡିଗୋ ବିମାନରୁ ଘନ କୁହୁଡି ଯୋଗୁଁ ଅବତରଣ କରିପାରିନଥିଲା । ଫଳରେ ବିମାନଟି ଢ଼ାକା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ଫଳରେ ଯାତ୍ରୀମାନେ ୯ ଘଣ୍ଟା ଧରି ବିମାନ ଭିତରେ ବସିଥିଲେ ।

ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଶନିବାର ବାଂଲାଦେଶ ରାଜଧାନୀ ଢ଼ାକାରେ ଜରୁରୀକାଳୀନ ଅବତରଣ କରିଛି । ବିମାନ ନଂ 6E 5319 ମୁମ୍ବାଇରୁ ଗୁଆହାଟି ଯାଉଥିବା ବିମାନ ଘନ କୁହୁଡି ଯୋଗୁଁ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିପାରିନଥିଲା । ତେଣୁ ଢାକା ଏୟାରପୋର୍ଟରେ ଅବତରଣ କରିଥିଲା । ଆଉ କାହା ପାଖରେ ପାସପୋର୍ଟ ନଥିବାରୁ ସମସ୍ତେ ବିମାନ ଭିତରେ ହିଁ ଘଣ୍ଟା ଘଣ୍ଟା ବସି ରହିଥିଲେ ।

ଖବର ମୁତାବକ, ବିମାନ ନଂ 6E 5319 ମୁମ୍ବାଇରୁ ଆସାମ ଗୁଆହାଟି ଯାଉଥିବା ଇଣ୍ଡିଗୋ ବିମାନରୁ ଘନ କୁହୁଡି ଯୋଗୁଁ ଅବତରଣ କରିପାରିନଥିଲା । ଫଳରେ ବିମାନଟି ଆସାମ ସହରଠାରୁ ୪୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଢ଼ାକା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ।

ଏହାକୁ ନେଇ ପୂର୍ବତନ ମୁମ୍ବାଇ ଯୁବ କଂଗ୍ରେସ ମୁଖ୍ୟ ସୁରଜ ସିଂ ଠାକୁର ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ, ସେ ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିଲେ, କିନ୍ତୁ ଉଡ଼ାଣକୁ ବଦଳାଇ ଦିଆଯାଇଥିଲା । ସେ ଲେଖିଛନ୍ତି, “ମୁଁ ଇଣ୍ଡିଗୋ 6E 5319 କୁ ମୁମ୍ବାଇରୁ ଗୁଆହାଟିକୁ ଯିବାକୁ ଟିକେଟ ନେଇଥିଲି । କିନ୍ତୁ ଘନ କୁହୁଡି ଯୋଗୁଁ ବିମାନଟି ଗୁଆହାଟିରେ ଅବତରଣ କରିପାରି ନଥିଲା । ଏହା ବଦଳରେ ଏହା ଢ଼ାକାରେ ଅବତରଣ କରିଥିଲା ।

ତେଣୁ ଢାକା ଏୟାରପୋର୍ଟରେ ଅବତରଣ କରିବା ପରେ କାହା ପାଖରେ ପାସପୋର୍ଟ ନଥିବାରୁ ସମସ୍ତେ ବିମାନ ଭିତରେ ହିଁ ଘଣ୍ଟା ଘଣ୍ଟା ବସି ରହିଥିଲେ । ଫଳରେ ଯାତ୍ରୀମାନେ ୯ ଘଣ୍ଟା ଧରି ବିମାନ ଭିତରେ ବସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.