Below header

ଜଳବନ୍ଦୀ ମାୟାନଗରୀ ମୁମ୍ବାଇ, ପ୍ରବଳ ବର୍ଷାରେ ଅଧିକାଂଶ ଅଞ୍ଚଳ ଉବୁଟୁବୁ

ମାୟାନଗରୀ ମୁମ୍ବାଇ ଜଳବନ୍ଦୀ। ପ୍ରବଳ ବର୍ଷାରେ ମୁମ୍ବାଇର ଅଧିକାଂଶ ଅଞ୍ଚଳ ଉବୁଟୁବୁ। ଟ୍ରେନ୍‌ ଲାଇନ ମଧ୍ୟ ବୁଡ଼ି ଯାଇଛି। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ୨୪ ଘଣ୍ଟାରେ କୋଲାବାରେ ୨୨୩ ମିଲିମିଟର ବର୍ଷା ହୋଇଥିବା ବେଳେ ଶାନ୍ତାକ୍ରୁଜରେ ୧୪୫ ମିଲିମିଟର ବର୍ଷା ହୋଇଛି।

ମାୟାନଗରୀ ମୁମ୍ବାଇ ଜଳବନ୍ଦୀ। ପ୍ରବଳ ବର୍ଷାରେ ମୁମ୍ବାଇର ଅଧିକାଂଶ ଅଞ୍ଚଳ ଉବୁଟୁବୁ। ଟ୍ରେନ୍‌ ଲାଇନ ମଧ୍ୟ ବୁଡ଼ି ଯାଇଛି। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ୨୪ ଘଣ୍ଟାରେ କୋଲାବାରେ ୨୨୩ ମିଲିମିଟର ବର୍ଷା ହୋଇଥିବା ବେଳେ ଶାନ୍ତାକ୍ରୁଜରେ ୧୪୫ ମିଲିମିଟର ବର୍ଷା ହୋଇଛି। ବାନ୍ଦ୍ରା ଅଞ୍ଚଳରେ ୧୦୬ ମିଲିମିଟର ବର୍ଷା ହୋଇଛି।

ଆହୁରି ବର୍ଷିବ। ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରେଡ୍‌ ଆଲର୍ଟକୁ ବଢ଼ାଇ ଦେଇଛି ଆଇଏମଡି। ପ୍ରବଳ ବର୍ଷା ଯୋଗୁଁ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ଜନଜୀବନ ଅସ୍ତବ୍ୟସ୍ତ। ମହାରାଷ୍ଟ୍ରର ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା।

ମହରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ୧୩ ଟି ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି। ଏପଟେ ତେଲେଙ୍ଗାନାରେ ଭୀଷଣ ବର୍ଷା। ହାଇଦ୍ରାବାଦର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ । ମୋଲୁଗୁରେ ୧୬୩ ନମ୍ବର ଜାତୀୟ ରାଜପଥରେ ଥିବା ପୋଲ ଉପରେ ପାଣି ଚାଲୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.