ଶୌଚ ପାଇଁ ଯାଇଥିବା ବେଳେ ଟାଣି ନେଲା କୁମ୍ଭୀର, ମାସେ ଭିତରେ ଗଲାଣି ୪ ଜୀବନ

ଅମୁଲ୍ୟ ଘର ପାଖରେ ଥିବା ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଝାମ୍ପି ନେଇଥିଲା କୁମ୍ଭୀର। ଗତ ମାସେ ଭିତରେ କୁମ୍ଭୀର ଆକ୍ରମଣରେ ୪ ଜଣ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ବନ ଭିବାଗର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା।

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ପୁଣି ଭିଡ଼ିନେଲା କୁମ୍ଭୀର। ଆକ୍ରମଣର ଶିକାର ହୋଇଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ କୁଳସାହି ଗ୍ରାମର ଅମୁଲ୍ୟ ଦାସ। ଅମୁଲ୍ୟ ଘର ପାଖରେ ଥିବା ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଝାମ୍ପି ନେଇଥିଲା କୁମ୍ଭୀର। ଗତ ମାସେ ଭିତରେ କୁମ୍ଭୀର ଆକ୍ରମଣରେ ୪ ଜଣ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ବନ ଭିବାଗର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣରେ ଶିକାର ହେଉଥିବାରୁ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଅନ୍ୟପଟେ କୁଳସାହିରେ ପାନୀୟ ଜଳ ଶଙ୍କଟ ଥିବାରୁ ଲୋକମାନେ ପ୍ରାୟତଃ ନଦୀ ଓପରେ ର୍ନିଭର କରିଥାନ୍ତି। ସେଥିପାଇଁ ବାରମ୍ବାର ଏଭଳି ଦୁର୍ଘଟଣାର ଶିକାର ହୋଇ ଜୀବନ ହାରୁଛନ୍ତି । ତୁରନ୍ତ ଗାଧୁଆ ତୁଠ ନିର୍ମାଣ ସହିତ କୁମ୍ଭୀରକୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହୋଇଛି। ଅନ୍ୟପଟେ କୁମ୍ଭୀର ଆକ୍ରମଣରେ ଶିକାର ହୋଇ ନିଖୋଜ ଥିବା ଅମୁଲ୍ୟ ଦାସକୁ ଖୋଜିବା ସହିତ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ।