‘ମୋ ସ୍ୱାମୀ ୧୫ କୋଟି ଟଙ୍କା ପାଇଁ ସତିଶ କୌଶିକଙ୍କୁ ମାରିଛନ୍ତି’, ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ମହିଳା

ବଲିଉଡ ଅଭିନେତା-ନିର୍ଦ୍ଦେଶକ ସତିଶ କୌସିକଙ୍କ ମୃତ୍ୟୁରେ ଏକ ନୂଆ ମୋଡ ଆସିଛି । ସତିଶଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥାଇ ପାରନ୍ତି ବୋଲି ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁଯୟୀ, ତାଙ୍କ ସ୍ୱାମୀ ସତିଶ କୌଶିକଙ୍କ ଠାରୁ ୧୫ କୋଟି ଟଙ୍କା ନେଇ ଦୁବାଇରେ ଏକ ବ୍ୟବସାୟରେ ଲଗାଇଥିଲେ ।

ନୂଆଦିଲ୍ଲୀ : ବଲିଉଡ ଅଭିନେତା-ନିର୍ଦ୍ଦେଶକ ସତିଶ କୌଶିକଙ୍କ ମୃତ୍ୟୁରେ ଏକ ନୂଆ ମୋଡ ଆସିଛି । ସତିଶଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥାଇ ପାରନ୍ତି ବୋଲି ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁଯୟୀ, ତାଙ୍କ ସ୍ୱାମୀ ସତିଶ କୌଶିକଙ୍କ ଠାରୁ ୧୫ କୋଟି ଟଙ୍କା ନେଇ ଦୁବାଇରେ ଏକ ବ୍ୟବସାୟରେ ଲଗାଇଥିଲେ ।

ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିବା ସେ ଦେଖିଥିଲେ । କୌଶିକ ଟଙ୍କା ଫେରାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର କହୁଥିବା ବେଳେ ତାଙ୍କ ସ୍ୱାମୀ ଟଙ୍କା ଫେରାଇବାକୁ ଚାହିଁ ନଥିଲେ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସତିଶଙ୍କୁ କିଛି ଔଷଧ ଦିଆଯାଇ ହତ୍ୟା କରାଯାଇଛି,ଯାହାକୁ ତାଙ୍କ ସ୍ୱାମୀ ଯୋଗାଡ କରିଥିଲେ ।

ଜଣେ ବରିଷ୍ଠ ପୋଲିସ ଅଫିସରଙ୍କ କହିବା ଅନୁଯାୟୀ, ସତିଶ କୌଶିକ(୬୬)ଙ୍କ ହୃଦଘାତରେ ମୃତ୍ୟୁ ହେବା ପୂର୍ବରୁ ତାଙ୍କ ଫାର୍ମ ହାଉସରେ ସେ ଏକ ପାର୍ଟିରେ ଯୋଗ ଦେଇଥିଲେ । ମୃତ୍ୟୁ ପରେ ଫାର୍ମ ହାଉସରୁ କିଛି ମେଡିସିନ ଜବତ ହୋଇଛି ବୋଲି ଏହି ଅଫିସର କହିଛନ୍ତି ।

ମହିଳା ଜଣକ ଆହୁରି କହିଛନ୍ତି ଯେ ଉକ୍ତ ବ୍ୟବସାୟୀଙ୍କ ସହ ତାଙ୍କ ବିବାହ ୨୦୧୯ ମାର୍ଚ୍ଚ ୧୩ରେ ହୋଇଥିଲା । ତାଙ୍କ ସ୍ୱାମୀ କୌଶିକଙ୍କ ସହ ତାଙ୍କର ପରିଚୟ କରାଇଥିଲେ । ସେବେ ଠାରୁ ଉଭୟ ଦୁବାଇ ଓ ଭାରତରେ ଭେଟ ହେଉଥିଲେ । ମହିଳ ଜଣକ ଆହୁରି କହିଛନ୍ତି, ୨୦୨୨ ମସିହା ଅଗଷ୍ଟ ୨୩ ରେ କୌଶିକ ତାଙ୍କ ଦୁବାଇ ସ୍ଥିତ ଘରକୁ ଯାଇଥିଲେ ଓ ତାଙ୍କର ୧୫ କୋଟି ଟଙ୍କା ଫେରାଇ ଦେବାକୁ କହିଥିଲେ । ମୁଁ ସେ ସମୟରେ ଡ୍ରଇଂ ରୁମରେ ଉପସ୍ଥିତ ଥିଲି ଓ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାର ଦେଖିଛି ।

କୌଶିକ କହୁଥିଲେ ଯେ ତାଙ୍କର ଟଙ୍କାର ବହୁତ ଆବଶ୍ୟକ ରହିଛି । ୩ ବର୍ଷ ହୋଇଗଲାଣି ସେ ୧୫ କୋଟି ଟଙ୍କା ଦେବାର । ହେଲେ ନା ଦୁବାଇରେ କିଛି କାମରେ ଲାଗିଛି ନା ତାଙ୍କ ଟଙ୍କା ଫେରାଯାଉଛି । ତାଙ୍କୁ ଠକି ଦିଆଯାଇଛି ବୋଲି ସେ କହୁଥିବାର ମୁଁ ଶୁଣିଛି ବୋଲି ଉକ୍ତ ମହିଳା(ବ୍ୟବସାୟୀଙ୍କ ପତ୍ନୀ) କହିଛନ୍ତି । କୌଶିକ ଓ ତାଙ୍କ ସ୍ୱାମୀଙ୍କ ସହ ଦୁବାଇର ଏକ ପାର୍ଟିରେ ଉଠାଯାଇଥିବା ଫଟୋ ମଧ୍ୟ ଉକ୍ତ ମହିଳା ସେୟାର କରିଛନ୍ତି । ଉକ୍ତ ପାର୍ଟିରେ ଅଣ୍ଡରଓ୍ଵାର୍ଲ୍ଡ ଡନ ଦାଉଦ ଇବ୍ରାହିମର ପୁଅ ଥିବା କଥା ମଧ୍ୟ ଉକ୍ତ ମହିଳା କହିଛନ୍ତି । ମୁଁ ଯେତେବେଳେ ଏକଥା ସ୍ୱାମୀଙ୍କୁ ପଚାରିଲି, ସେ କୌଶିକଙ୍କ ଟଙ୍କା କୋଭିଡ ସମୟରେ ହରାଇ ଦେଇଛନ୍ତି । ତେବେ ଏଥିରୁ ଖୁବ ଶୀଘ୍ର ମୁକ୍ତି ପାଇଁ ସେ ବାଟ ଖୋଜୁଛନ୍ତି ବୋଲି କହିଥିଲେ ।

ଟଙ୍କା ଦେଇଥିବାର କୌଣସି ପ୍ରମାଣ ନାହିଁ ବୋଲି କୌଶିକଙ୍କୁ ମୋ ସ୍ୱାମୀ କହୁଥିବା ବେଳେ ସେ ଏକ ‘ପ୍ରୋମିସରି ’ ନୋଟ ପାଇଥିବା କଥା କୌଶିକ କହିଥିଲେ । ହେଲେ ଏବେ ମୁଁ କୌଶିକଙ୍କ ମୃତ୍ୟୁ ଖବର ଶୁଣିବାକୁ ପାଇଲି । ତେଣୁ ମୁଁ ସନ୍ଦେହ କରୁଛି ଯେ ମୋ ସ୍ୱାମୀ ଏହି ହତ୍ୟା ଷଡଯନ୍ତ୍ରରେ ସଂପୃକ୍ତ ଥାଇ କୌଶିକଙ୍କୁ ମେଡିସିନ ଦେଇ ହତ୍ୟା କରିଛନ୍ତି ବୋଲି ଉକ୍ତ ମହିଳା ଅଭିଯୋଗ କରିଛନ୍ତି । ଏ ସର୍ମ୍ପରେ ପୋଲିସକୁ ପଚରା ଯିବାରେ ସେ କିଛି ଉତ୍ତର ଦେଇନାହାଁନ୍ତି । ତେବେ ସେଦିନ ଫାର୍ମହାଉସ ପାର୍ଟିରେ ଯୋଗ ଦେଇଥିବା ୨୫ ଜଣଙ୍କୁ ପଚରା ଉଚରା ପାଇଁ ପୋଲିସ ଡାକିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.