ପ୍ରଥମ ଥର ଲାଗି କିଟ୍ରେ ଅନୁଷ୍ଠିତ ହେଉଛି ଅଲ ଇଣ୍ଡିଆ ପୁରୁଷ ଓ ମହିଳା ସିଭିଲ ସର୍ଭିସେସ ଚେସ୍ ଟୁର୍ଣ୍ଣାମେଣ୍ଟ
କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଫେସର ଅର୍ଜୁନ ସିଂ ରାଣା।

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ପ୍ରଥମ ଥର ଲାଗି କିଟ୍ରେ ଅନୁଷ୍ଠିତ ହେଉଛି ଅଲ ଇଣ୍ଡିଆ ପୁରୁଷ ଓ ମହିଳା ସିଭିଲ ସର୍ଭିସେସ ଚେସ୍ ଟୁର୍ଣ୍ଣାମେଣ୍ଟ ୨୦୨୨-୨୩। ଏହି ଅବସରରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଫେସର ଅର୍ଜୁନ ସିଂ ରାଣା।
ପ୍ରଫେସର ରାଣା ସ୍ୱର୍ଣ୍ଣିମ ଗୁଜରାଟ ସ୍ପୋର୍ଟସ ୟୁନିଭର୍ସିଟିର କୁଳପତି ଅଛନ୍ତି। ଏହାସହ ଫିଟ୍ ଇଣ୍ଡିଆ ମୁଭମେଣ୍ଟର ନୋଡାଲ ଅଫିସର ଏବଂ ବ୍ରାଣ୍ଡ ଆମ୍ବାସଡ଼ର ମଧ୍ୟ ଅଛନ୍ତି। ପ୍ରଫେସର ଅର୍ଜୁନ ସିଂ ରାଣା, କିଟରେ ପହଞ୍ଚିଛନ୍ତି। ସେ କିଟ୍ ଓ କିସର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପରିଦର୍ଶନ କରିବା ସହ ଡ. ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।…