ନୋବେଲ ଶାନ୍ତି ପୁରସ୍କାର ବିଜେତା ଆଂଗ ସାନ୍‌ ସୁ କି’ଙ୍କୁ ୪ ବର୍ଷ ଜେଲ୍‌, ଆଉ ଲଢ଼ିପାରିବେ ନିର୍ବାଚନ

ମିଆଁମାରର ନେତା ଆଂଗ ସାନ୍‌ ସୁ କିଙ୍କୁ ୪ ବର୍ଷ ଜେଲ। ମିଆଁମାର କୋର୍ଟ ନାଗରିକ ନେତା ଆଂଗ ସିନ୍‌ ସୁ କିଙ୍କୁ ସେନା ବିରୋଧରେ ଅସନ୍ତୋଷକୁ ଉସୁକାଇବା ଓ କୋଭିଡ୍‌ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ୪ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ କୋର୍ଟ ମଙ୍ଗଳବାର ଦିନ ଶୁଣାଣି କରିବାର ଥିଲା। କିନ୍ତୁ ଏକ ଅତିରିକ୍ତ ସାକ୍ଷ୍ୟକୁ ସାକ୍ଷୀ ଦେବାର ଅନୁମତି ଦେବା କାରଣରୁୁ କୋର୍ଟଙ୍କୁ ଶୁଣାଣିକୁ ସ୍ଥଗିତ କରାଯାଇଥିଲା।

୭୬ ବର୍ଷୀୟ ନୋବେଲ ପୁରସ୍କାର ବିଜେତା ଆଂଗ ସାନ୍‌ ସୁ କି’ଙ୍କ ଉପରେ ଭ୍ରଷ୍ଟାଚାର ସମେତ ଅନ୍ୟ କେତେକ ଅଭିଯୋଗ ନେଇ ଶୁଣାଣି ଚାଲିଛି। ଆଜି ତାଙ୍କୁ ସେନାଙ୍କ ବିରୋଧରେ ଅସନ୍ତୋଷ ଉସୁକାଇବା ଓ କରୋନା ନିୟମକୁ ଉଲ୍ଲଂଘନ କରିବା ମାମଲାରେ ଦଣ୍ଡ ମିଳିଛି।

ଆଂଗ ସାନ୍‌ ସୁ ଚି’ଙ୍କ ବିରୋଧରେ ଏକ ଅନ୍ୟ ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବାର ଅଛି। ଯଦି ଯେ ସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତେବେ ତାଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୋଇପାରେ। ଆଇନ ଅଫିସରଙ୍କ କହିବାନୁସାରେ, କୋର୍ଟ ସୋମବାର ଦିନ ଏହା ସ୍ପଷ୍ଟ କରିନାହାନ୍ତି ଯେ ସୁ ଚି’ଙ୍କୁ ଏଥିପାଇଁ ଜେଲ ପଠାଇ ଦିଆଯିବ ନା ନଜର ବନ୍ଦୀ ରଖାଯିବ। ପ୍ରକାଶ ଯେ ଲୋକତନ୍ତ୍ର ପାଇଁ ନିଜ ଦୀର୍ଘ ସଂଘର୍ଷରେ ସେ ୧୯୮୯ ରୁ ଏବେ ଯାଏଁ ୧୫ ବର୍ଷ ଯାଏଁ ନଜରବନ୍ଦୀ ଭାବେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.