ଖୋର୍ଦ୍ଧା ଟାଙ୍ଗୀ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଜୁଆଡି ଗିରଫ ସହ ୪ ବାଇକ ଓ ୮ ହଜାର ନଗଦ ଟଙ୍କା ଜବତ 

ଟାଙ୍ଗୀ(କେନ୍ୟୁଜ୍):  ଗତକାଲି ରାତିରେ ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସାନ କୁସୁମୀ ଗାଁ ନିକଟ ଏକ ସ୍କୁଲ ନିକଟରେ ଜୁଆଆଡ୍ଡା ଚାଲୁଥିବା ଖବର ପାଇଥିଲା ଟାଙ୍ଗୀ ପୋଲିସ । ପରେ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଅଚାନକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ।
ଘଟଣା ସ୍ଥଳରୁ ୬ଜୁଆଡିଙ୍କୁ କାବୁ କରିବା ସହ ୭ ମୋବାଇଲ, ୪ ବାଇକ ଓ ୮ ହଜାର ନଗଦ ଟଙ୍କା ଜବତ କରି ଥାନାକୁ ଆଣିଥିଲେ । ସମସ୍ତ ଜୁଆଡିଙ୍କ ବିରୋଧରେ  ମାମଲା ରୁଜୁ କରି ୬ ଜୁଆଡିକୁ କୋର୍ଟ ଚାଲାଣ କରାଯାଉଥିବା ସୂଚନା ଦେଇଛନ୍ତି ଟାଙ୍ଗୀ ଥାନା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.