ଜେଲରେ ସିଦ୍ଧୁଙ୍କୁ ମିଳିଲା କାମ, ଦିନକୁ ପାରିଶ୍ରମିକ ୪୦ ଟଙ୍କା

୩୪ ବର୍ଷ ପୁରୁଣା ରୋଡ ରେଜ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ କଏଦୀ ଭାବେ ସମୟ କାଟୁଥିବା କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ଜେଲରେ କାମ ମିଳିଯାଇଛି  । ତାଙ୍କ ପାଇଁ ଏତିକି ଖୁସି ଖବରଯେ ତାଙ୍କୁ ଆଉ ଫ୍ୟାକ୍ଟ୍ରିରେ କାମ କରିବାକୁ ପଡିବ ନାହିଁ  । ତାଙ୍କୁ ଜେଲରେ ଫାଇଲ ଦେଖିବା କାମ ମିଳିଛି  । ପ୍ରକୃତରେ ସେ ଜେଲରେ ଜଣେ ମୁନ୍ସୀର କାମ କରିବେ  । କହିରଖୁଛୁକି ନବଜୋତ ସିଂହ ସିଦ୍ଧୁଙ୍କୁ ୩୪
ବର୍ଷ ପୁରୁଣା ରୋଡ଼ ରେଜ କେଶରେ ସୁପ୍ରିମ କୋର୍ଟ ଏକ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି  । ଏହା ପୂର୍ବରୁ ୨୦୧୮ ରେ ସୁପ୍ରିମ କୋର୍ଟ ମାତ୍ର ଏକ ହଜାର ଟଙ୍କାର ଜୋରିମାନା ଲଗାଇ ସିଧୁଙ୍କୁ ଛାଡି ଦେଇଥିଲେ  । କିନ୍ତୁ ସେହି ରୋଡ଼ ରେଜ ମାମଲାରେ ସିଦ୍ଧୁଙ୍କ ସହିତ ଝଗଡାରେ ପ୍ରାଣ ହରାଇଥିବା ଗୁରଣାମ ସିଂଙ୍କ ପରିବାର ଲୋକେ ଏକ ରିଭ୍ୟୁ ପିଟିସନ ଦାୟର କରିଛନ୍ତି  । ଏହା ପରେ ସୁପ୍ରିମ କୋର୍ଟ ସିଧୁଙ୍କୁ ଏକ ବର୍ଷ ପାଇଁ ସଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି  ।

ଜେଲରେ ଆଜି ନବଜୋତ ସିଂହ ସିଦ୍ଧୁଙ୍କୁ କାମ ଆଲର୍ଟ କରାଯାଇଛି  । ଜେଲ ପ୍ରଶାସନ ଦ୍ୱାରା ତାଙ୍କୁ ଜେଲରେ ଫାଇଲ ଚେକ କରିବା ଦାୟିତ୍ୱ ଦିଆଯାଇଛି  । କୁହାଯାଉଛିକି ସୁରକ୍ଷା ଦୃଷ୍ଟିରୁ ଜେଲର ଫ୍ୟାକ୍ଟ୍ରିରେ ତାଙ୍କୁ କୌଣସି କାମ ଦିଆଯାଇନାହିଁ  । ଯେଉଁ କାରଣରୁ ସିଧୁଙ୍କୁ କିଛିଟା ତ୍ରାହି ମିଳିଛି  ।

ସୂଚନା ମିଳିଥିବା ଅନୁଯାୟୀ, ସିଦ୍ଧୁଙ୍କୁ ରୋଜ ଜେଲ ଅଫିସରେ ଡ୍ୟୁଟି ସକାଳ ୯ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ  । ଆଉ ଏହି କାମ ପାଇଁ ତାଙ୍କୁ କିଛି ପାରିଶ୍ରମିକ ବି ମିଳିବ  । କିନ୍ତୁ ତାଙ୍କର ପୂର୍ବରୁ କୌଣସି ପ୍ରକାର ଅନୁଭବ ନଥିବାରୁ ୩ ମାସ ପାଇଁ ପ୍ରଶିକ୍ଷଣ ନେବାକୁ ପଡିବ  । ଆଉ ତିନି ମାସ ପରେ ଜଣେ କୁଶଳୀ ଶ୍ରମିକ ଭାବରେ ତାଙ୍କୁ ପ୍ରତିଦିନ ୪୦ ଟଙ୍କା ପାରିଶ୍ରମିକ ମିଳିବ  । ଆଉ କୁଶଳି ହେବା ପରେ ତାଙ୍କୁ ପ୍ରତିଦିନ ୯୦
ଟଙ୍କାର ପାରିଶ୍ରମିକ ମିଳିବ  । ଆଉ ଏହି ଟଙ୍କା ତାଙ୍କ ଜେଲ ଖାତାରେ ଜମା ହେବ  । କହିରଖିବା ଉଚିତ ହେବକି ଏହା ସହ ସିଦ୍ଧୁଙ୍କ ପାଇଁ ଏକ ଟାଇଟ ପ୍ଲାନ କରାଯାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.