ଶ୍ରୀବାଲାଜୀ ନିକଟରେ ଜିପକୁ ଟକ୍କର ଦେଲା ଟ୍ରେଲର, ୧୧ ମୃତ, ୭ ଆହତ

ରାଜସ୍ଥାନ ନାଗୋରରେ ନିକଟରେ ଭୟଙ୍କର ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି । ବାଲାଜୀ ପୋଲିସ ଷ୍ଟେସନର SHO କହିବା ମୁତାବକ, ମଙ୍ଗଳବାର ସକାଳେ ନାଗୋରରେ ଦ୍ରୁତଗାମୀ ଟ୍ରେଲର ଏବଂ ଜିପ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ଯକ୍ତି ମଧ୍ୟପ୍ରଦେଶର ବୋଲି ଜଣାପଡିଛି।

ଏହାସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବିକାନେରର ନୋହାସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟମାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଛାନଭିନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.